ନୂଆଦିଲ୍ଲୀ: ସ୍ଵଛ ଭାରତ ମିଶନ ଯୋଗୁଁ କମିଛି ନବଜାତଙ୍କ ମୃତ୍ୟୁ ହାର | ଏକଥା ଆମେ କହୁନାହୁଁ ବରଂ ଏକ ଅଧ୍ୟୟନରୁ ଜଣାପଡିଛି | ବାସ୍ତବରେ ଗୁରୁବାର ଦିନ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ସ୍ଵଛ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ପ୍ରତିବର୍ଷ ୬୦ ରୁ ୭୦ ହଜାର ନବଜାତ ଶିଶୁଙ୍କ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିଛି।
ସାଇଣ୍ଟିଫିକ ରିପୋର୍ଟସ ନାମକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ସ୍ଵଚ୍ଚ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ଯୋଗୁଁ ଏବଂ ୨୦୦୦ ରୁ ୨୦୨୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ ପାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଆମେରିକାର ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ଅନୁସନ୍ଧାନକାରୀମାନେ ୨୦ ବର୍ଷ ମଧ୍ୟରେ ୩୫ଟି ରାଜ୍ୟ / ୟୁନିଅନ୍ ଅଞ୍ଚଳ ଏବଂ ୬୦୦ରୁ ଅଧିକ ଜିଲ୍ଲାକୁ ଜାତୀୟ ସ୍ତରରେ ବିଶ୍ଳେଷଣ କରିଛନ୍ତି।
ଅଧ୍ୟୟନ ଅନୁଯାୟୀ, ଜିଲ୍ଲା ସ୍ତରରେ ଶୌଚାଳୟରେ ୧୦ ପ୍ରତିଶତ ଉନ୍ନତି, ଶିଶୁ ମୃତ୍ୟୁ ହାରରେ ୦.୯ ପଏଣ୍ଟ ହ୍ରାସ ଏବଂ ପାଞ୍ଚ ବର୍ଷରୁ କମ୍ ମୃତ୍ୟୁ ହାରରେ ୧.୧ ପଏଣ୍ଟ ହ୍ରାସ ଘଟିଛି। ଅଧ୍ୟୟନର ଲେଖକମାନେ କହିଛନ୍ତି ଯେ ଭାରତରେ ଶୌଚାଳୟ ନିର୍ମାଣ ବଢ଼ିଥିବାବେଳେ ଶିଶୁ ମୃତ୍ୟୁ ହାର କମିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/bRezuSLrJ9c5Wvz0FOlo.jpg)