ରାଇରଙ୍ଗପୁର: ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ସ୍ୱାୟତ ଶାସନ ଦିବସ ଅବସରରେ ରାଇରଙ୍ଗପୁର ପୌରପରିଷଦରେ କିଛି ନୂତନ ପ୍ରକଳ୍ପ ଲୋକାର୍ପିତ ହେବା ସହିତ ଶିଳାନ୍ୟାସ ମଧ୍ୟ ହୋଇଛି। ଏହି ଦିବସ ପାଳନ ପାଇଁ ସହରକୁ ସଫା ସୁତୁରା କରାଯାଇଥିଲା। କିନ୍ତୁ ଅସଲ ସ୍ୱଚ୍ଛତାକୁ ଭୁଲିଗଲା ପୌରପ୍ରଶାସନ। 

Advertisment

ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଓ ପୌରପରିଷଦକୁ ସରକାରୀ ସ୍ତରରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ପଂଚାୟତ ଓ ପୌରପରିଷଦର ସମସ୍ତ ୱାର୍ଡକୁ ଖୋଲା ମଳ ମୁକ୍ତ ଭାବେ ଘୋଷିତ କରିବାର କିଛି ବର୍ଷ ନ ହେଉଣୁ ୮୦ ପ୍ରତିଶତରୁ ଅଧିକ ଲୋକେ ଖୋଲାରେ ମଳତ୍ୟାଗ କରୁଥିବା ଜଣାପଡିଛି। ସ୍ୱଚ୍ଚ ଭାରତ ମିସନରେ ୨୦୧୪ରୁ ୨୧ ମସିହା ପ୍ରର୍ଯ୍ୟନ୍ତ ରାଇରଙ୍ଗପୁର ବ୍ଲକ ଓ ପୌରପରିଷଦର ୱାର୍ଡରେ ସମସ୍ତ ପାଇଖାନା ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟ ସରିବା ପରେ ସଚେତନତା କାର୍ଯ୍ୟକ୍ରମ ସହିତ ବିଭାଗୀୟ କର୍ମଚାରୀମାନେ ଘରକୁ ଘର ବୁଲି  ସଚେତନ କରାଇଥିଲେ। ଏହା ବ୍ୟତୀତ ମନ୍ଟିଭେଟର ମାନେ ମଧ୍ୟ ଏ ବିଷୟରେ ସଚେତନ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ତେବେ ମଳ ମୁକ୍ତ ଘୋଷିତ ହେବାର ୩ ବର୍ଷ ନ ହେଉଣୁ ବ୍ଲକର ଅଧିକାଂଶ ପାଇଖାନାରେ କବାଟ ନ ଥିବା ବେଳେ କିଛି ପାଇଖାନାର ଛପର ନାହିଁ ତ ଆଉ କିଛି ଅର୍ଧଭଗ୍ନ ଅବସ୍ଥାରେ ରହିଛି ଯାହା ଫଳରେ ତାହା ବ୍ୟବହାର ଯୋଗ୍ୟ ହେନଥିବା ଜନସାଧାରଣ ପ୍ରକାଶ କରିଛନ୍ତି। ଏପଟେ ପୌର୍ ପ୍ରଶାସନ ଖୋଲା ମଳ ମୁକ୍ତ ବ୍ଲକ୍ ଘୋଷିତ କରି ବାଃ ବାଃ ନେଉଥିବା ବେଳେ ହିତାଧିକାରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।

ବର୍ଷାଋତୁ କଥା ତ ଛାଡନ୍ତୁ। ବର୍ତମାନ ବିଲବାଡ଼ିରେ ଚାଷ ହୋଇଥିବା ଯୋଗୁଁ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛିା। ଅଧିକାଂଶ ଜମି ଗୁଡିକରେ ଚାଷ ହୋଇଥିବା ଯୋଗୁଁ ଲୋକେ ରାସ୍ତାକଡ, ନଦୀ ଓ ପୋଖରୀ ଗାଧୁଆ ତୁଠ ପାର୍ଶ୍ବରେ ମଳତ୍ୟାଗ କରି ଦୂଷିତ କରୁଥିବାର ଅଭିଯୋଗ ହେଉଛି।

ଏହା ବ୍ୟତୀତ ରାଇରଙ୍ଗପୁର ସହରର ଜନ ଗହଳି ବିଶିଷ୍ଟ ସ୍ଥାନରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଅଧାରୁ ଅଧିକ ପାଇଖାନରେ ବର୍ଷବର୍ଷ ଧରି ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି ତୋ କିଛି ପାଇଖାନା ଅର୍ଧ ଭଗ୍ନ ଅବସ୍ଥାରେ ରହିଛି। ଫଳରେ ବାଧ୍ୟ ହୋଇ ଜନସାଧାରଣ ଏଣେ ତେଣେ ମଳତ୍ୟାଗ ଓ ପରିଶ୍ରା କରୁଥିବାରୁ ପରିବେଶ ଦୂଷିତ ହେଉଛି। 

ତେବେ ଜନସାଧାରଣ କେମିତି ବାହାରେ ମଳତ୍ୟାଗ ନ କରି ପରିବେଶକୁ ଦୂଷିତ ହେବାରୁ ରକ୍ଷା କରାଯାଇ ପାରିବ ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହେଉଛି। ଏନେଇ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପିତାମ୍ବର ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ସେ ଆସନ୍ତାକାଲି ସହରର ଜନସାଧାରଣଙ୍କ ନିମନ୍ତେ ଥିବା ଶୌଚାଳୟଗୁଡିକୁ ଯାଇ ଦେଖିବେ ଏବଂ ରକ୍ଷଣାବେକ୍ଷଣା ନିମନ୍ତେ ଏକ କର୍ମଚାରୀ ରଖିବେ ବୋଲି ମତ ରଖିଛନ୍ତି।