ବିଦ୍ୟାଭାରତୀ ପକ୍ଷରୁ ସ୍ୱତନ୍ତ୍ରତାର ଅମୃତମହୋତ୍ସବର ଯୋଜନା

ଭୁବନେଶ୍ବର: ଭାରତ ସ୍ୱତନ୍ତ୍ରତା ପାଇବାପରେ ପ୍ରଗତି ପଥରେ ବଢିବା ଆରମ୍ଭ କଲା ଏବଂ ପ୍ରତିଦିନ ନୂଆ ଲକ୍ଷ୍ୟକୁ ନେଇ ଆଗକୁ ବଢୁଛି । ୧୫ ଅଗଷ୍ଟ ୨୦୨୧ର ୭୫ତମ ସ୍ୱାଧୀନତାଦିବସ ଠାରୁ ସଂପୂର୍ଣ୍ଣ ବର୍ଷ ସ୍ୱତନ୍ତ୍ରତାର ଅମୃତମହୋତ୍ସବରୂପେ ସମଗ୍ର ଦେଶରେ ପାଳନ କରିବାର ଯୋଜନା କରାଯାଇଛି। ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟାଭାରତୀ ପକ୍ଷରୁ ସ୍ୱତନ୍ତ୍ରତାର ଅମୃତମହୋତ୍ସବ ଅବସରରେ କେତେକ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି।
୧) କେନ୍ଦ୍ରଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଏକ ଦେଶାତ୍ମବୋଧକ ସଂଗୀତ ସାମୂହିକ ଭାବେ ଗାନ କରାଯିବ ।
୨) ସ୍ଥାନୀୟ ସ୍ତରରେ ଏକ ରାଷ୍ଟ୍ରଭକ୍ତିଯୁକ୍ତ ମାସିକ ସଂଗୀତ ପ୍ରତିଦିନ ଗାନ କରାଯିବ ।
୩)  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟ ଏବଂ ଛାତ୍ରମାନଙ୍କ ଦ୍ୱାରା ସଂଗ୍ରାମରେ ନିଜକୁ ବଳିଦାନ ଦେଇଥିବା ଶିଶୁ ବଳିଦାନୀ ମାନଙ୍କର ଗାଥାଗୁଡିକର ଆଲୋଚନା କରାଯିବ ।
୪) ଆଚାର୍ଯ୍ୟମାନଙ୍କ ଦ୍ୱାରା୧୯୪୭ ରୁ୨୦୨୦ ସମୟ ମଧ୍ୟରେ ବିଜ୍ଞାନ, କ୍ରୀଡ଼ା, ଶିକ୍ଷା ତଥା ସୁରକ୍ଷା କ୍ଷେତ୍ରରେ ଭାରତର ଉପଲବ୍ଧି, ସମାଜ ଜୀବନର ସର୍ବସାଧାରଣ ବ୍ୟକ୍ତି ମାନଙ୍କ ମଧ୍ୟରେ ଥିବା ଅସାଧାରଣ ବ୍ୟକ୍ତିତ୍ୱ, ଯେଉଁ ବ୍ୟକ୍ତିମାନେ ପଦ୍ମପୁରସ୍କାର ପ୍ରାପ୍ତ କରିଛନ୍ତି ସେମାନଙ୍କର ବିଶେଷତ୍ୱ, ପରମବୀରଚକ୍ର ପୁରସ୍କାରପ୍ରାପ୍ତ କରିଥିବା ବୀର ମାନଙ୍କର ପରିଚୟ ଆଦିର ସଂଗ୍ରହ କରାଯାଇ ଆକର୍ଷଣୀୟ ପୁସ୍ତକ ପ୍ରସ୍ତୁତ କରାଯିବ ।
୫) ସ୍ୱତନ୍ତ୍ର ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀମାନଙ୍କ ସମ୍ବନ୍ଧରେ ସୂଚନା ଓ ପରିଚୟର ସଂକଳନ କରାଯିବ ।
୬) ଗୋଟିଏ ପ୍ରକଳ୍ପ ମାଧ୍ୟମରେ ବିଦ୍ୟାର୍ଥୀ ନିଜ ଜିଲ୍ଳାର କୃଷି, ସଡକ, ବିଜୁଳି, ପାଣି, ଜଳ ସେଚନ, ସ୍ୱାସ୍ଥ୍ୟ, ଉଦ୍ୟୋଗ ଓ ବ୍ୟବସାୟ ଆଦି କ୍ଷେତ୍ରରେ ନିଜ ଜିଲ୍ଲାର ବିକାଶ ଯାତ୍ରାର ତଥ୍ୟାତ୍ମକ ସୂଚନା ଗୁଡ଼ିକୁ ସଂଗ୍ରହ କରିବେ ।

ସମ୍ବନ୍ଧିତ ଖବର