୭୫ଦିନ ପରେ ସୁସ୍ଥ ହୋଇ ଜୟପୁର ଫେରିଲେ ତାରା: ଭାବବିହ୍ବଳ ହୋଇ କାନ୍ଦି ପକାଇଲେ 

ଜୟପୁର: କରୋନା ସଂକ୍ରମଣରେ ସୁସ୍ଥ ହେବା ପରେ ଉପୁଜିଥିବା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ଚିକିତ୍ସାଧୀନ ରହିଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଦୀର୍ଘ ୭୫ଦିନ ହେବ ସେ ଜୟପୁର ନିର୍ବାଚନମଣ୍ଡଳୀକୁ ଛାଡ଼ି ଚିକିତ୍ସାଧୀନ ଥିଲେ। ଆଜି ସେ ସୁସ୍ଥ ହୋଇ ନିଜ ନିର୍ବାଚନମଣ୍ଡଳୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଫେରୁଥିବା ଦେଖି ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ ଉତ୍ସାହିତ ହୋଇ ସମ୍ବର୍ଦ୍ଧନା ଦେଇଥିଲେ। ବିଧାୟକ କୋରାପୁଟରୁ ଜୟପୁର ପହଚିଂବା ପରେ ହୋଟେଲ ହାଲୋ ଜୟପୁର ଠାରୁ ତାଙ୍କୁ ବିରାଟ ବାଇକ ରାଲିରେ ପାଛେଟି ନେଇ କଂଗ୍ରେସ ଭବନରେ ପହଚାଂଇଥିଲେ ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ।

କଂଗ୍ରେସ ଭବନରେ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଭାବବିହ୍ବଳ ହୋଇ ପଡ଼ିଥିଲେ। ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହେବା ସହ ଅଖି ଛଳ ଛଳ କରି କାନ୍ଧି ପକାଇଥିଲେ। ନିର୍ବାଚନମଣ୍ଡଳୀ ବାସୀ, ଦଳମତ ନିର୍ବିଶେଷରେ ତାଙ୍କ ପାଇଁ ମା ଓ ଭଗବାନଙ୍କ ପୂଜାଅର୍ଚ୍ଚନା କରି ଶୁଭାଶିଷ ମନାସିଥିବା ଲୋକେ, ତାଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ପଚାରି ବୁଝିଥିବା ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟଶାସନ ସଚିବ, ଉନ୍ନୟନ ସଚିବ, ବିଭିନ୍ନ ମନ୍ତ୍ରୀ, ଏଆଇସିସିର ସଂପାଦକ ରାହୁଲ ଗାନ୍ଧୀ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପ୍ରଭାରୀ ଚେଲ୍ଲା କୁମାର, ସମ୍ ଓ ସିକିନ୍ଦ୍ରାବାଦ୍ କିମସ୍ ହସ୍ପିଟାଲର ଡାକ୍ତର ମାନଙ୍କୁ ବିଧାୟକ ତାରାପ୍ରସାଦ ବାହିନୀପତି କୃତଞତା ଜଣାଇଥିଲେ।

ସମସ୍ତଙ୍କ ଭଲ ପାଇବା ଯୋଗୁଁ ସେ ମୃତ୍ୟୁ ସହ ଲଢ଼େଇ କରି ପୁର୍ନଜନ୍ମ ପାଇ ଫେରି ଆସିଛନ୍ତି ବୋଲି କହିଥିଲେ ବିଧାୟକ । କୋଟିଆରେ କୌଣସି ପରିସ୍ଥିତିରେ ଆନ୍ଧ୍ରକୁ ପଶିବାକୁ ଦିଆଯିବ ନି ଓଡିଶା ମା ମାଟିର ଗର୍ବ ଓ ଗୌରବକୁ ବଂଚାଇବାକୁ କଂଗ୍ରେସ ପକ୍ଷରୁ ସେ କୋଟିଆ ଯିବେ କିଛି ଅଘଟଣ ହେଲେ ସେଥି ପାଇଁ ଆନ୍ଧ୍ରସରକାର ଦାୟୀ ବୋଲି କହିଛନ୍ତି ବିଧାୟକ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀରାଣୀ ବାହିନୀପତି, ନଗର ସଭାପତି ନରି ମହାନ୍ତି, ବ୍ଲକ ସଭାପତି ବସନ୍ତ ନାୟକ, ନିହାର ରଂଜନ ବିଷୋଇ, ଗଙ୍ଗା ସାହୁ , ସୁକାନ୍ତ ପଟ୍ଟନାୟକ, ନଳିନୀ ରଥ, ଇଶ୍ବର ସରାଫ ପ୍ରମୁଖ ଭାଗ ନେଇଥିଲେ।

ସେଭଳି ଆଜି ମାରଥାନ କାର୍ଯ୍ୟକ୍ରମରେ ଭାଗ ନେଇ ପୌରପାଳିକା ପରିସରରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ସଫେଇ ମେସିନ,ଜୟନଗରରେ ସୌନ୍ଦର୍ଯ୍ୟକରଣ, ଜୟନଗର ପାର୍କରେ ମୋ ଲଭ୍ ଜୟପୁର, ରାଜନହର ଛକରେ ଏଲଇଡି ଟିଭି, ଟାଉନହଲ ଆହାର କେନ୍ଦ୍ର ପାର୍ଶ୍ବରେ ଆଶ୍ରୟ ସ୍ଥଳ, ଟ୍ରାଫିକ ଛକ ଠାରେ ସୌନ୍ଦର୍ଯ୍ୟ କରଣର ଲୋକାର୍ପଣ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିହନ ନିଗମ ଅଧ୍ୟକ୍ଷ ଇଂ.ଇଶ୍ବର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏଥିରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମକାନ୍ତ ସୟ , ପୌରସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଅରୁଣ ପାଢ଼ୀ, ମୁଖ୍ୟ କିରାଣୀ ଗୋପାଳ ଚନ୍ଦ୍ର ସାହୁ, ଇଂ.ଅଜୟ କୁମାର ଜାନୀ, ଚୈତନ୍ୟ ବକ୍ସି, ପ୍ରତାପ କୁମାର ଆଚାର୍ଯ୍ୟ, ବବିତା ଦାଶ, ହିସାବ ରକ୍ଷକ ସଂଗ୍ରାମ ମିଶ୍ର, ଭୁବନୀ ହାଲବା, ନୀଳକଣ୍ଠ ହାଲବା, ରାଜଶେଖର, ଶ୍ରୀନିବାସ ମହାରାଣା, ଅଂଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର