ୱାସିଂଟନ: ଭାରତୀୟ ବଂଶୋଦ୍ଭବ ଓକିଲ ନିଲ୍ କଟ୍ୟାଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ନିଲ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ବିରୋଧରେ ଆମେରିକାର ସୁପ୍ରିମକୋର୍ଟରେ ମାମଲା ଲଢ଼ି ଜିତିବା ପରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ମିଳିଛି। ସିଏନ୍ଏନ୍କୁ ଏକ ସାକ୍ଷାତକାର ଦେଇ କଟ୍ୟାଲ କହିଛନ୍ତି, ଆମେରିକାରେ ରାଷ୍ଟ୍ରପତି ଖୁବ୍ କ୍ଷମତାଶାଳୀ, କିନ୍ତୁ ଏବେବି ଏଠାରେ ସମ୍ବିଧାନ ସର୍ବଶକ୍ତିମାନ ହୋଇରହିଛି। ରାଷ୍ଟ୍ରପତି ଯାହା ଚାହିଁବେ ତାହା କରିପାରିବେନି।
କାଟ୍ୟାଲ କହିଛନ୍ତି, ସୁପ୍ରିମକୋର୍ଟରେ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ଜିତିବା ଖୁବ୍ କଷ୍ଟକର ହୋଇଥାଏ। କିନ୍ତୁ ଆମେ ଏହା କରିପାରିଥିଲୁ କାରଣ ରାଷ୍ଟ୍ରପତିଙ୍କ କଠୋର ନିଷ୍ପତ୍ତି ଏହାର ପ୍ରମୁଖ କାରଣ ଥିଲା। ଆମେ କେବଳ ଗୋଟିଏ ବିଷୟ ପ୍ରତି ଚିନ୍ତିତ ଥିଲୁ, ତାହା ହେଉଛି ସମ୍ବିଧାନ। ଧ୍ରୁବୀକୃତ ଆଇନଗତ ଯୁଗରେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣାୟକ ରାୟରେ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତ ଦୁଇଜଣ ବିଚାରପତିଙ୍କ ଭୋଟ ମଧ୍ୟ ସାମିଲ ଥିଲା। ବହୁ ସମୟରେ ଏହିପରି ହାଇପ୍ରୋଫାଇଲ ମାମଲାରେ ନିର୍ଣ୍ଣୟ ୫-୪ରେ ରହିଥାଏ। କିନ୍ତୁ ଏଥିରେ ୬-୩ରେ ରହିଥିଲା। ଟ୍ରମ୍ପଙ୍କ ଦ୍ବାରା ନିଯୁକ୍ତ ୩ ବିଚାରପତିଙ୍କ ମଧ୍ୟରେ ଦୁଇ ଜଣ ତାଙ୍କ ବିରୋଧରେ ଭୋଟ ଦେଇଥିଲେ।
ଆହୁରି ପଢନ୍ତୁ: India and Brazil: ଭାରତ ଓ ବ୍ରାଜିଲ ମଧ୍ୟରେ ୨୦ ବିଲିୟନ ଡଲାରର ବ୍ୟବସାୟିକ ଚୁକ୍ତି: ଆସନ୍ତା ୫ ବର୍ଷରେ ବାଣିଜ୍ୟ ଲକ୍ଷ୍ୟ ପୂରଣ ପାଇଁ ସହମତି
କଟ୍ୟାଲ କହିଛନ୍ତି, ଆମେରିକା ସୁପ୍ରିମକୋର୍ଟଙ୍କ ନିର୍ଣ୍ଣାୟକ ରାୟ କେବଳ ଗୋଟିଏ ବାର୍ତ୍ତା ଦେଇଛି ତାହା ହେଉଛି, ରାଷ୍ଟ୍ରପତିମାନେ ଖୁବ୍ କ୍ଷମତାଶାଳୀ, କିନ୍ତୁ ଆମ ସମ୍ବିଧାନ ଏବେବି ସବୁଠି ଶକ୍ତିଶାଳୀ। ଆମେରିକାରେ କେବଳ କଂଗ୍ରେସ ଆମେରିକାର ଲୋକମାନଙ୍କ ଉପରେ ଟିକସ ଲଗାଇ ପାରିବ। ଶୁଳ୍କ ମାମଲାରେ ଟ୍ରମ୍ପଙ୍କୁ ଛୋଟ ବ୍ୟବସାୟୀ ଓ ଲିବର୍ଟି ଜଷ୍ଟିସ ସେଣ୍ଟର ବିରୋଧ କରୁଥିଲେ। ଏହି ରାୟକୁ କଟ୍ୟାଲ ସବୁ ରାଷ୍ଟ୍ରପତିଙ୍କ ବିରୋଧରେ ଐତିହାସିକ ବୋଲି କହିଛନ୍ତି।
ପ୍ରାୟ ସମସ୍ତ ବାଣିଜ୍ୟିକ ଅଂଶୀଦାରଙ୍କଠାରୁ ଆମଦାନୀ ଉପରେ ଶୁଳ୍କ ଲଗାଇବା ପାଇଁ ଟ୍ରମ୍ପଙ୍କ ୧୯୭୭ ମସିହାର ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନର ବ୍ୟବହାର କରିଥିଲେ। ତେବେ ଟ୍ରମ୍ପଙ୍କ ଏହି ସ୍ବେଚ୍ଛାଚାରୀ ଆଇନକୁ ରଦ୍ଦ କରିଥିବା ଐତିହାସିକ ରାୟରେ ଭାରତୀୟ ପ୍ରବାସୀଙ୍କ ପୁଅ କଟ୍ୟାଲ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/21/21bbs_35_21022026_112-2026-02-21-17-25-31.jpg)