ସିମଲା: ହିମାଚଳପ୍ରଦେଶ ପୋଲିସ ତା’ର ଫ୍ଲିଟରେ ଟାଟା କର୍ଭ ଇଭିକୁ ଯୋଡିଛି। ସମ୍ପ୍ରତି, ହିମାଚଳପ୍ରଦେଶ ପୋଲିସ ସୋସିଆଲ ମିଡିଆରେ ନୂତନ ଯାନର ଫଟୋ ସେୟାର କରିଛି, ଯେଉଁଥିରେ ଏକ ଧଳା ଟାଟା କର୍ଭ ଇଭି ଦେଖାଯାଇଛି। ସାଧାରଣତଃ ମହିନ୍ଦ୍ରା ବୋଲେରୋ ଏବଂ ସ୍କୋର୍ପିଓ ଭଳି ଡିଜେଲ ଯାନ ପୋଲିସ ବିଭାଗରେ ବ୍ୟବହୃତ ହୁଏ, ଏହା ପ୍ରଥମ ଥର ପାଇଁ ପୋଲିସ ଫ୍ଲିଟରେ ଏକ ଇଲେକ୍ଟ୍ରିକ୍ ଏସୟୁଭି ଯୋଡା ହୋଇଛି।
ପୋଲିସ ଆବଶ୍ୟକତା ପୂରଣ କରିବା ପାଇଁ ଟାଟା କର୍ଭ ଇଭିକୁ କଷ୍ଟମାଇଜ୍ କରାଯାଇଛି। ଏହି ଇଲେକ୍ଟ୍ରିକ୍ ଏସୟୁଭିରେ "ରୋଡ୍ ସେଫ୍ଟି ଏନଫୋର୍ସମେଣ୍ଟ" ଏବଂ "ଡାଏଲ୍ 112" ଭଳି ଷ୍ଟିକରଗୁଡ଼ିକ ମଧ୍ୟ ଲଗାଯାଇଛି। ଟାଟା କର୍ଭ ଇଭି ହେଉଛି କମ୍ପାନୀର ନୂତନ ପିଢ଼ିର ଇଲେକ୍ଟ୍ରିକ୍ ଏସୟୁଭି, ଯାହା ଭବିଷ୍ୟତର ଆବଶ୍ୟକତା ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ଏକ ବଡ଼ ୫୫ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ରହିଛି, ଯାହା ପ୍ରାୟ ୫୦୨ କିଲୋମିଟର ରେଞ୍ଜ ପ୍ରଦାନ କରେ। ଏହି ଏସୟୁଭି ଏକ ସିଙ୍ଗଲ୍ ଇଲେକ୍ଟ୍ରିକ୍ ମୋଟର ଦ୍ୱାରା ଚାଳିତ। ଏହାର ଆଧୁନିକ ଡିଜାଇନ୍, ଅଟୋ କ୍ଲାଇମେଟ୍ କଣ୍ଟ୍ରୋଲ୍, ଆଡିଏସ୍ ଫିଚର୍, ଟାୟାର୍ ପ୍ରେସର୍ ମନିଟରିଂ ସିଷ୍ଟମ୍, ଅଟୋ ପାର୍କ ଲକ୍, ସେଲ୍ଫ୍-ହିଲିଂ ମେକାନିଜ୍ମ, ୬ଟି ଏୟାର୍ ବ୍ୟାଗ୍, ରେନ୍ ସେନ୍ସିଂ ୱାଇପର୍, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ ୱିଥ୍ ଅଟୋ ହୋଲ୍ଡ, ଟ୍ରାଫିକ୍ ସାଇନ୍ ରିକଗ୍ନିସନ୍ (ଟିଏସ୍ଆର୍), ରିଅର୍ େକାଲିଜନ୍ ୱାର୍ଣ୍ଣିଂ ଏହାକୁ ଅନ୍ୟ ପୋଲିସ ଯାନଠାରୁ ଭିନ୍ନ କରିଥାଏ।
ହିମାଚଳ ପ୍ରଦେଶ ପୋଲିସର ଏହି ନିଷ୍ପତ୍ତି ପରିବେଶ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ। ପାହାଡିଆ ଅଞ୍ଚଳରେ ଗାଡ଼ିରୁ ବାହାରୁଥିବା ଧୂଆଁ ଏବଂ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା। ଏପରି ପରିସ୍ଥିତିରେ, ବୈଦ୍ୟୁତିକ ଯାନ ବ୍ୟବହାର ବାୟୁ ଗୁଣବତ୍ତା ଉନ୍ନତ କରିବାରେ ସାହାଯ୍ୟ କରିବ।