ରାଉରକେଲା: ବିଦ୍ୟାଳୟରୁ ଘରକୁ ଫେରୁଥିବାବେଳେ ଟ୍ରକ୍ ଧକ୍କାରେ ଯାଇଛି ଶିକ୍ଷୟିତ୍ରୀଙ୍କ ଜୀବନ। ମୃତ ଶିକ୍ଷୟିତ୍ରୀ ଜଣକ ହେଲେ କାଂଶବାହାଲର ଅଞ୍ଜଳି ପ୍ରସାଦ (୪୯)। ସେ ଆଇଡିସିସ୍ଥ ସେଣ୍ଟ୍ ଆର୍ନୋଲ୍ଡ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସ୍କୁଲ ଛୁଟିଥିବାବେଳେ ଶିକ୍ଷୟିତ୍ରୀଙ୍କୁ କାହିଁକି ବିଦ୍ୟାଳୟକୁ ଡକାଯାଇଥିଲା, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।
ଅଞ୍ଜଳି ପ୍ରସାଦ (୪୯) କଲୁଙ୍ଗା ଆଇଡିସିସ୍ଥ ସେଣ୍ଟ୍ ଆର୍ନୋଲ୍ଡ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସରକାର ଛୁଟି ଘୋଷଣା କରିଥିବା ସତ୍ବେ ତାଙ୍କୁ ବିଦ୍ୟାଳୟକୁ ଆସିବାକୁ ପଡ଼ିଥିଲା। ସକାଳ ପ୍ରାୟ ୧୧ଟାରେ ବିଦ୍ୟାଳୟରୁ ନିଜ ଓଡ଼ି୧୪ଜେ-୩୧୭୩ ସ୍କୁଟି ଯୋଗେ କାଂଶବାହାଲସ୍ଥ ଘରକୁ ଫେରୁଥିଲେ। ବେଲ୍ଡିହି ନିକଟରେ ପଛରୁ ଦ୍ରୁତଗତିରେ ଆସୁଥିବା ଓଡ଼ି ୧୪ଏଏଚ୍-୯୧୨୧ ଟ୍ରକ୍ଟି ଶିକ୍ଷୟିତ୍ରୀଙ୍କ ସ୍କୁଟିକୁ ପଛରୁ ଧକା ଦେଇଥିଲା। ଫଳରେ ଶିକ୍ଷୟିତ୍ରୀ ସ୍କୁଟି ସହ ଟ୍ରକ୍ ଚକା ତଳେ ପଡ଼ି ଯାଇଥିଲେ। ଟ୍ରକ୍ ସ୍କୁଟି ସହ ଶିକ୍ଷୟିତ୍ରୀଙ୍କୁ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକ ଦେଖି ଟ୍ରକ୍କୁ ଅଟକାଇଥିଲେ। ସେତେବେଳକୁ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା। ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ଅଞ୍ଜଳି ପ୍ରସାଦ (୪୯) କଲୁଙ୍ଗା ଆଇଡିସିସ୍ଥ ସେଣ୍ଟ୍ ଆର୍ନୋଲ୍ଡ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସରକାର ଛୁଟି ଘୋଷଣା କରିଥିବା ସତ୍ବେ ତାଙ୍କୁ ବିଦ୍ୟାଳୟକୁ ଆସିବାକୁ ପଡ଼ିଥିଲା। ସକାଳ ପ୍ରାୟ ୧୧ଟାରେ ବିଦ୍ୟାଳୟରୁ ନିଜ ଓଡ଼ି୧୪ଜେ-୩୧୭୩ ସ୍କୁଟି ଯୋଗେ କାଂଶବାହାଲସ୍ଥ ଘରକୁ ଫେରୁଥିଲେ। ବେଲ୍ଡିହି ନିକଟରେ ପଛରୁ ଦ୍ରୁତଗତିରେ ଆସୁଥିବା ଓଡ଼ି ୧୪ଏଏଚ୍-୯୧୨୧ ଟ୍ରକ୍ଟି ଶିକ୍ଷୟିତ୍ରୀଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଶିକ୍ଷୟିତ୍ରୀ ସ୍କୁଟି ସହ ଟ୍ରକ୍ ଚକା ତଳେ ପଡ଼ି ଯାଇଥିଲେ। ଟ୍ରକ୍ ସ୍କୁଟି ସହ ଶିକ୍ଷୟିତ୍ରୀଙ୍କୁ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକ ଦେଖି ଟ୍ରକ୍କୁ ଅଟକାଇଥିଲେ। ସେତେବେଳକୁ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା। ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
accident