ରାୟପୁର: ହୃଦ୍ଘାତ ଯୋଗୁଁ ଛତିଶଗଡ଼ର କାଙ୍କେର୍ ଜିଲ୍ଲାରେ ନିର୍ବାଚନ ଡିୟୁଟିରେ ଆସିଥିବା ଜଣେ ଶିକ୍ଷକଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ତୁକାଳୁ ରାମ ନାରେଟି। ଏକ ସରକାରୀ ସ୍କୁଲ୍ରେ ସହକାରୀ ଶିକ୍ଷକ ଥିବା ତୁକାଳୁଙ୍କୁ ପୋଲିଙ୍ଗ୍ ଅଫିସର ଭାବେ କାଙ୍କେର୍ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମ୍ତା ବୁଥ୍କୁ (୧୮୬ ନମ୍ବର) ପଠାଯାଇଥିବା କଥା ସ୍ଥାନୀୟ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି।
ସକାଳ ପ୍ରାୟ ୬ଟା ସମୟରେ ଛାତିରେ ଯନ୍ତ୍ରଣା ହେଉଥିବା କଥା ସେ ଅଭିଯୋଗ କରିବା ପରେ ଭୋଟ୍ ଗ୍ରହଣ କେନ୍ଦ୍ରରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ତରୁନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଥିଲେ।
ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।
ତାଙ୍କ ସ୍ଥାନରେ ଆଉ ଜଣେ ପୋଲିଙ୍ଗ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।
ସକାଳ ୭ଟାରୁ ଛତିଶଗଡ଼ର ତିନିଟି ଲୋକସଭା ଆସନ- କାଙ୍କେର୍, ରାଜନନ୍ଦଗାଓଁ ଏବଂ ମହାସମୁଦରେ ଭୋଟ୍ ଗ୍ରହଣ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/evmr.jpeg)