ରାଉରକେଲା: ଛାତ୍ରାବାସରେ ତୃତୀୟ ଶ୍ରେଣୀର ଜଣେ ଛାତ୍ରଙ୍କୁ ୪ ଘଣ୍ଟା ପରେ ଉଦ୍ଧାର ହେବା ଘଟଣାକୁ ଗୁରୁତର ସହ ନେଇଛି ପ୍ରଶାସନ ଓ ଶିକ୍ଷାବିଭାଗ। ଛାତ୍ରାବାସ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ମୀନା କିସାନଙ୍କୁ ଦାୟିତ୍ବରୁ ହଟାଯାଇଛି। ଗତକାଲି ବଣାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ, ବିଡିଓ ଗୁରୁଣ୍ଡିଆ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଦ୍ୟାଳୟ କୁ ପହଞ୍ଚି ତଦନ୍ତ କରିବା ପରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଛାତ୍ରାବାସ ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ମୀନା କିସାନ ବିଦ୍ୟାଳୟରେ ନରହି କୁଚିଣ୍ଡାରୁ ଯିବା ଆସିବା କରିଥାନ୍ତି। ଅଭିଭାବକମାନେ ଶିକ୍ଷକଙ୍କ ଭରସାରେ ପିଲାଙ୍କୁ ଛାତ୍ରାବାସରେ ଛାଡ଼ିଦେଉଥିଲେ। ହେଲେ ଦାୟିତ୍ଵହୀନ ଶିକ୍ଷୟିତ୍ରୀ  ସରକାରୀ ଛାତ୍ରାବାସ ପରିଚାଳନାକୁ ବଦନାମ କରିଥିବା  ସ୍ପଷ୍ଟ ହୋଇଛି। ଏଣିକି ଆଉ ଜଣେ ନୁହେଁ ସମସ୍ତ ଶିକ୍ଷକ ଛାତ୍ରାବାସ ଦାୟିତ୍ଵ ତୁଲାଇବେ ବୋଲି ପ୍ରଧାନ ଶିକ୍ଷକ ଗଙ୍ଗାଧର ସେଠ୍ ସୂଚନା ଦେଇଛନ୍ତି l

Advertisment

ଗୁରୁଣ୍ଡିଆ ପୁଲିସ  ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚି ଖୋଳତାଡ଼ କରିଥିଲା। ସ୍ଥାନୀୟବାସିନ୍ଦା ଛାତ୍ରାବାସ ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ମୀନା କିଷାନଙ୍କୁ ଦାୟୀ କରିଥିଲେ। ମୀନା ଗତ ୮ ବର୍ଷ ଧରି ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ଦାୟିତ୍ବ ତୁଲାଉଥିଲେ। ପୂର୍ବରୁ  ଶିକ୍ଷୟିତ୍ରୀଙ୍କ ନାଁରେ ଛାତ୍ରାବାସର ଛାତ୍ରମାନେ ଅଭିଯୋଗ କରୁଥିଲେ ହେଁ, କାର୍ଯ୍ୟାନୁଷ୍ଠାନ ହେଉ ନଥିଲା। ସୂଚନା‌ଯୋଗ୍ୟ, ଗତକାଲି ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡା ସରକାରୀ ନୋଡାଲ ହାଇସ୍କୁଲରେ  ତୃତୀୟ ଶ୍ରେଣୀ ଛାତ୍ର ସ୍ୱସ୍ତିକ କିସାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଛାତ୍ରାବାସର ରହୁଥିବା ସିନିୟର ଛାତ୍ର ମାଡ଼ ମାରିବା ପରେ ଜୀବନ ବଞ୍ଚାଇବା ଭୟରେ ଛାତ୍ର ଜଣକ ବାକ୍ସ ଭିତରେ ପଶିଯାଇଥିଲେ। ପ୍ରାୟ ୪ ଘଣ୍ଟା ଧରି ବାକ୍ସ ଭିତରେ  ରହିଥିଲେ। ବିଦ୍ୟାଳୟରେ ଛାତ୍ର ଜଣକ ନଥିବା ଦେଖି ଶିକ୍ଷକମାନେ ଖୋଜାଖୋଜି କରିଥିଲେ। ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଶେଷରେ ଶିକ୍ଷକ ଓ ପରିବାର ଲୋକ ଛାତ୍ରାବାସ ବାକ୍ସରୁ ଛାତ୍ରଙ୍କୁ ଉଦ୍ଧାର କରିଥିଲେ।