ଏବେ ୨୦୧୩ ଭଳି ନୁହେଁ ଟିମ୍‌ ଇଣ୍ଡିଆ: ବିରାଟ କୋହଲି

ଜାନୁଆରି ୫ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ ଭାରତ

କେପ୍‌ ଟାଉନ୍‌: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି କହିଛନ୍ତି, ୨୦୧୩ରେ ଦକ୍ଷିଣ ଆଫ୍ରିକା ପାଇଁ ହୋଇଥିବା ଭାରତର ଶେଷ ଗସ୍ତ ତୁଳନାରେ ବର୍ତମାନ ଅନେକ ପରିବର୍ତ୍ତନ ଆସିଛି। ଯେଭଳି ପରିସ୍ଥିତି ମିଳିବ, ତାକୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ। ଜାନୁଆରି ୫ ଆସୁ, ଆମେ ସେଥିପାଇଁ ପ୍ରସ୍ତୁତ।

ଭାରତ ୧୯୯୨ରେ ଗସ୍ତ ଆରମ୍ଭ କରିବା ପରେ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ଶୃଙ୍ଖଳାରେ ବିଜୟୀ ହୋଇ ପାରି ନାହିଁ। ବର୍ତମାନ ଟିମ୍‌ରେ ୧୩ ଖେଳାଳି ଅଛନ୍ତି, ଯେଉଁମାନେ କି ୨୦୧୩-୧୪ ଗସ୍ତରେ ଖେଳିଛନ୍ତି। କୋହଲି କହିଛନ୍ତି, ଖେଳକୁ ବୁଝିବାର ଅଛି। ବିଗତ ୪ବର୍ଷ ମଧ୍ୟରେ ଆମେ ବହୁ ଆଗକୁ ଯାଇ ସାରିଛୁ।

ଫର୍ମକୁ କେମିତି ଫେରିବାକୁ ହେବ ସେକଥା ଆମକୁ ଭଲ ଭାବରେ ଜଣା ଅଛି। ଆମକୁ ସୁଯୋଗ ଆଣିବାକୁ ଅଛି। ବିଗତ ୪ବର୍ଷରେ ଟିମ୍‌ର ସ୍ଥିତିକୁ ଭଲ ଭାବରେ ଅଧ୍ୟୟନ କରିବାର ସମୟ ଆସିଛି। ପ୍ରଥମ ଟେଷ୍ଟରେ କ’ଣ କରିବାକୁ ହେବ ସେକଥା ଆମକୁ ଭଲ ଭାବରେ ଜଣା ଅଛି। କୋହଲି ନିଜର ଟିମ୍‌ ଉପରେ ଭରସା ରଖି କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ବିଜୟୀ ହେବାକୁ ଆଶା ରଖିଛି। ଆମ ପାଖରେ ଭଲ ବୋଲର ଅଛନ୍ତି। ଟିମ୍‌ ପାଖରେ ପ୍ରତ୍ୟେକ ସ୍ଥିତିରେ ବିଜୟ ହାସଲ କରିବାର ବଳ ଅଛି।

ସମ୍ବନ୍ଧିତ ଖବର