ନୂଆଦିଲ୍ଲୀ: କାରିବିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ ବ୍ୟାଟ୍ସମ୍ୟାନ ଟିମ୍ ସେଫର୍ଟ ଏକ ବିସ୍ଫୋରକ ଏବଂ ଐତିହାସିକ ଇନିଂସ ଖେଳିଥିଲେ, ସେ ୪୦ ବଲ୍ ରେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସିପିଏଲ ଇତିହାସରେ ଦ୍ରୁତତମ ଶତକ ହାସଲ କରିବାରେ ସେ ଆନ୍ଦ୍ରେ ରସେଲଙ୍କ ସମକକ୍ଷ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଏହି ବିସ୍ଫୋରକ ଖେଳାଳି ସିପିଏଲରେ ସେଣ୍ଟ ଲୁସିଆ କିଙ୍ଗସ୍ ପାଇଁ ଖେଳୁଛନ୍ତି। ସେ ୩ଟି ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

Advertisment

ଟିମ୍ ସେଫର୍ଟ ଏହି ଇନିଂସରେ କେବଳ ଛକା ଏବଂ ଚୌକା ମାଧ୍ୟମରେ ୯୪ ରନ କରିଥିଲେ। ସେ ୯ ଛକା (୫୪ ରନ) ଏବଂ ୧୦ ଚୌକା (୪୦ ରନ) ମାରିଥିଲେ। ସେଣ୍ଟ ଲୁସିଆ ଏହି ମ୍ୟାଚରେ ଆଣ୍ଟିଗୁଆ ଏବଂ ବାର୍ବୁଡା ଫାଲକନ୍ସକୁ ୬ ୱିକେଟରେ ପରାସ୍ତ କରିଥିଲା। ଟିମ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ରବିବାର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଣ୍ଟିଗୁଆ ଏବଂ ବାର୍ବୁଡା ଫାଲକନ୍ସ ୨୦୪ ରନ କରିଥିଲେ। ଆମିର ଜାଙ୍ଗୁ ୫୬ ରନ, ସାକିବ ଅଲ୍ ହାସନ ୨୬ ବଲ୍ ରେ ୬୧ ରନ କରିଥିଲେ। ଫାବିଆନ୍ ଆଲେନ୍ ୧୭ ବଲ୍ ରେ ୩୮ ରନ କରିଥିଲେ। 

ସିପିଏଲ୍ ରେ ଦ୍ରୁତତମ ଶତକ ବ୍ୟତୀତ ସେ ଆଉ ୩ଟି ରେକର୍ଡ ଭାଙ୍ଗିଦେଇଥିଲେ। ଟିମ୍ ସେଫର୍ଟ ସେଣ୍ଟ ଲୁସିଆ କିଙ୍ଗସ୍ ପାଇଁ ଏକ ଇନିଂସରେ ସର୍ବାଧିକ ବାଉଣ୍ଡାରୀ ମାରିବାର ରେକର୍ଡ ଭାଙ୍ଗିଦେଇଛନ୍ତି | ସେ ଏହି ଇନିଂସରେ କେବଳ ଛକା ଏବଂ ଚୌକା ସାହାଯ୍ୟରେ ୯୪ ରନ୍ କରିଥିଲେ। ପୂର୍ବରୁ ଏହି ରେକର୍ଡ ଫାଫ୍ ଡୁ ପ୍ଲେସିସ୍ ଙ୍କ ନାମରେ ଥିଲା, ଯିଏ ବାଉଣ୍ଡାରୀରୁ ୮୨ ରନ୍ କରିଥିଲେ। ସେ ଏହି ଫ୍ରାଞ୍ଚାଇଜ୍ ପାଇଁ ସବୁଠାରୁ ବଡ଼ ଇନିଂସ ଖେଳିଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଛନ୍ତି, ଏହି କ୍ଷେତ୍ରରେ ସେ ଡୁ ପ୍ଲେସିସ୍ (୧୨୦) ଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଏହା ସହିତ ଟିମ୍ ସେଫର୍ଟ ସେଣ୍ଟ ଲୁସିଆ କିଙ୍ଗସ୍ ପାଇଁ ଏକ ଇନିଂସରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ମୋଟ ୯ ଛକା ମାରିଥିଲେ, ପୂର୍ବରୁ ଏହି ରେକର୍ଡ କିରନ୍ ପୋଲାର୍ଡଙ୍କ ନାମରେ ଥିଲା ଯିଏ ଏକ ଇନିଂସରେ ୮ ଛକା ମାରିଥିଲେ।