ସିଝୁଛି ସାରା ରାଜ୍ୟ, ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ  

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ରାଜ୍ୟର ୧୦ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତେବେ  ରାଜ୍ୟର ହାରାହାରି ସର୍ବୋଚ୍ଚ ତାପମାତ୍ରାରେ ୧ରୁ୨ ଡିଗ୍ରୀ  ହ୍ରାସ ପାଇଛି । ରାଜ୍ୟର ଦୁଇଟି ସହର ତାଳଚେର  ଓ ଟିଟିଲାଗଡ଼ର  ତାପମାତ୍ରା ୪୪ ଡିଗ୍ରୀ ରହିଥିଲା ।

ଝାରସୁଗୁଡ଼ାରେ ୪୧.୮, ଅନୁଗୋଳରେ ୪୧.୧, ସମ୍ବଲପୁର ୪୨.୧ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, ଭବାନୀପାଟଣାରେ ୪୧.୮, ହୀରାକୁଦରେ ୪୨.୦, ସୋନପୁରରେ ୪୨.୦, ମାଲକାନଗିରିରେ ୪୧.୪ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ତେବେ ଭୁବନେଶ୍ବରର ତାପମାତ୍ରା ଆଜି ୪୦ ଡିଗ୍ରୀ ତଳେ ( ୩୭.୨ ଡିଗ୍ରୀ ସେଲସିୟସ) ଥିଲା । କଟକର ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ଥିଲା । ଗୋପାଳପୁରର ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ ଥିଲା ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ କିଛି ଦିନ ଧରି ଓଡ଼ିଶାରେ ପ୍ରବଳ ଗ୍ରୀଷ୍ଣ ପ୍ରବାହରୁ ନିସ୍ତାର ମିଳିବାର ସମ୍ଭାବନା କମ ରହିଛି ।

ସମ୍ବନ୍ଧିତ ଖବର