ରାଉରକେଲା: କେନ୍ଦ୍ରମନ୍ତ୍ରୀ ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଭେଟିବାକୁ ସେକ୍ଟର-୩ ପାର୍ଟି ଅଫିସକୁ ଯାଇଥିବା କିଛି ଆଦିବାସୀ ମହିଳାନେତ୍ରୀଙ୍କୁ ଭିତରକୁ ଛାଡ଼ି ନଥିଲେ ବିଜେପି ଯୁବନେତା ପ୍ରକାଶ ପାଶ୍ବାନ। ଯାହାକୁ ନେଇ ପାର୍ଟି ଅଫିସ ଆଗରେ ପାଟିତୁଣ୍ଡ ହୋଇଥିଲା। ଆଦିବାସୀ ନେତ୍ରୀ ହେମା ଏକ୍କା ଓ ରଶ୍ମି ଏକ୍କାଙ୍କ ନେତୃତ୍ବରେ ଯାଇଥିବା କିଛି ମହିଳା ଓ ଆଦିବାସୀ ନେତାମାନେ ପ୍ରକାଶ ପାଶ୍ବାନଙ୍କୁ ଏଭଳି ନ କରିବାକୁ ତାଗିଦ କରିଥିଲେ। ହେଲେ ପ୍ରକାଶ ସେମାନଙ୍କର କୌଣସି କଥା ଶୁଣି ନଥିଲେ। ଓଲଟା କହିଥିଲେ, ସେ ହେଉଛନ୍ତି ଜୁଏଲ ଓରାମଙ୍କ ପ୍ରତିନିଧି। ଯାହାକୁ କହିବେ, ସେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବ। ଏମିତି ଅଭିଯୋଗ କରିଛନ୍ତି ହେମା ଏକ୍କା ଓ ରଶ୍ମି ଏକ୍କା। ସେମାନେ କହିଛନ୍ତି, ରେଳଲାଇନ ନିର୍ମାଣକୁ ନେଇ ଜେସିବି ଧକ୍କାରେ ଏତୋ ଏକ୍କାଙ୍କର ମୃତ୍ୟୁ ହୋଇଥିଲା। ଆର୍ଏସ୍ପି ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ, ନିଯୁକ୍ତି ଓ ପାଠପଢ଼ା ଖର୍ଚ୍ଚ ସମ୍ପର୍କରେ ଯେଉଁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା, ସେ ସଂକ୍ରାନ୍ତରେ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯାଇଥିଲୁ। ଯୁବନେତା ପ୍ରକାଶ ପାଶ୍ବାନ ବରକାନିର କିଛି ଲୋକଙ୍କୁ ଆଲୋଚନା ପାଇଁ ଭିତରକୁ ଛାଡ଼ିଥିଲେ। ଯେଉଁମାନଙ୍କ ନେତୃତ୍ବରେ ଏତୋ ଏକ୍କାଙ୍କ ପରିବାରୁ ନ୍ୟାୟ ମିଳିଲା, ସେମାନଙ୍କୁ ପ୍ରକାଶ ପାଶ୍ବାନ ଛାଡ଼ି ନଥିଲେ। ଜଣେ ଯୁବନେତାଙ୍କର ଆଦିବାସୀ ମହିଳାମାନଙ୍କ ପ୍ରତି ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ଏ ସମ୍ପର୍କିତ ଭିଡିଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ବିଜେପି ରାଜ୍ୟ କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଗୋଏଲ ଓ ଅନ୍ୟ ନେତାମାନଙ୍କୁ ପଠାଇଛୁ।
ମହିଳାମାନଙ୍କ ପ୍ରତି ଏଭଳି ବ୍ୟବହାର କରିଥିବା ଯୁବନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଜରୁରୀ। ଜଣେ ଆଦିବାସୀ ଭାବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଘଟଣାର ତଦନ୍ତ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପଚାରିବାରୁ ସେ କହିଛନ୍ତି, ଏମା ଏକ୍କାଙ୍କ ଅଭିଯୋଗ ଠିକ୍ ନୁହେଁ। ସେ ବରକାନି ଗ୍ରାମର ନୁହନ୍ତି। ବରକାନିରୁ ଆସିଥିବାମହିଳାଙ୍କ ସହ ସେ ଆଲୋଚନା କରିଛନ୍ତି। କୌଣସି ବିବାଦ ହୋଇନାହିଁ। ଯୁବନେତା ପ୍ରକାଶ ପାଶ୍ବାନ କହିଛନ୍ତି, ସମ୍ବେଦନଶୀଳ ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ବରକାନିର ମହିଳାଙ୍କ ସହ ଆଲୋଚନା କରୁଥିଲେ। ସେ ହେମା, ରଶ୍ମି ଓ ଅନ୍ୟମାନଙ୍କୁ ଭିତରକୁ ଯିବାକୁ ମନା କରିନାହାନ୍ତି। ବରକାନିର ଲୋକମାନେ ମନା କରିଥିଲେ।
ମହିଳାମାନଙ୍କ ପ୍ରତି ଏଭଳି ବ୍ୟବହାର କରିଥିବା ଯୁବନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଜରୁରୀ। ଜଣେ ଆଦିବାସୀ ଭାବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଘଟଣାର ତଦନ୍ତ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପଚାରିବାରୁ ସେ କହିଛନ୍ତି, ଏମା ଏକ୍କାଙ୍କ ଅଭିଯୋଗ ଠିକ୍ ନୁହେଁ। ସେ ବରକାନି ଗ୍ରାମର ନୁହନ୍ତି। ବରକାନିରୁ ଆସିଥିବାମହିଳାଙ୍କ ସହ ସେ ଆଲୋଚନା କରିଛନ୍ତି। କୌଣସି ବିବାଦ ହୋଇନାହିଁ। ଯୁବନେତା ପ୍ରକାଶ ପାଶ୍ବାନ କହିଛନ୍ତି, ସମ୍ବେଦନଶୀଳ ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ବରକାନିର ମହିଳାଙ୍କ ସହ ଆଲୋଚନା କରୁଥିଲେ। ସେ ହେମା, ରଶ୍ମି ଓ ଅନ୍ୟମାନଙ୍କୁ ଭିତରକୁ ଯିବାକୁ ମନା କରିନାହାନ୍ତି। ବରକାନିର ଲୋକମାନେ ମନା କରିଥିଲେ। ତେବେ ସେକ୍ଟର-୩ ବିଜେପି ପାର୍ଟି କାର୍ଯ୍ୟାଳୟରେ ପୁରୁଣା ନେତା ଓ କର୍ମୀଙ୍କ ଉପସ୍ଥିତିରେ ଯୁବନେତା ପ୍ରକାଶ ଓ ଆଦିବାସୀ ମହିଳାନେତ୍ରୀଙ୍କ ମୁହାଁମୁହିଁ ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।