ଯୁଦ୍ଧବିରତି ସରିବା ପରେ ଅଧିକ ଉଗ୍ର ହେବ ସେନା, ଏଥିପାଇଁ ଆତଙ୍କବାଦୀମାନେ ଦାୟୀ : ଓମର ଅବଦୁଲ୍ଲା

ଶ୍ରୀନଗର : କାଶ୍ମୀର ଆତଙ୍କବାଦୀମାନଙ୍କୁ ସତର୍କ କରିଦେଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା । ସେ କହିଛନ୍ତି ରମଜାନ ମାସ ପାଇଁ ଲାଗୁ ଯୁଦ୍ଧ ବିରାମ ଲାଗୁ ହୋଇଥିବାରୁ ଭାରତୀୟ ସେନା ଶାନ୍ତ ରହିଛି । ଯୁଦ୍ଧ ବିରାମ ହଟିବା ପରେ ଭାରତୀୟ ସେନା ଯଦି ଅଧିକ ଉଗ୍ର ହୋଇପଡନ୍ତି ସେଥିପାଇଁ ଆତଙ୍କବାଦୀମାନେ ହିଁ ଦାୟୀ ରହିବେ ।

ପବିତ୍ର ରମଜାନ ମାସ ଚାଲିଥିବାରୁ ସରକାର ଗତ ମେ ୧୬ ତାରିଖରୁ କାଶ୍ମୀରରେ ଅସ୍ତ୍ରବିରତି ଲାଗୁ କରିଛନ୍ତି । ଏହି ସମୟରେ ସେନା ନିଜ ଆଡୁ କୌଣସି ଅପରେସନ କରୁନାହିଁ । ଆତଙ୍କବାଦୀମାନଙ୍କୁ ସୁଧାରିବାକୁ ଏକ ସୁଯୋଗ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର କାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଅନୁରୋଧରେ ଏହି ଅସ୍ତ୍ରବିରତି ଲାଗୁ କରିଛନ୍ତି । ଏହା ସତ୍ତ୍ୱେ କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ଉତ୍ପାଦ କମିନାହିଁ । ଆଜି ଦକ୍ଷିଣ କାଶ୍ମୀରର ଫୁଲବାମା ଓ ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨ ଜଣ ପୁଲିସ କର୍ମୀ ସହିଦ ହୋଇଛନ୍ତି । ଗତକାଲି ଅନନ୍ତନାଗରେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ ଆକ୍ରମଣ ଯୋଗୁଁ ୬ ଜଣ ସିଆରପିଏଫ ଜବାନ ଆହତ ହୋଇଛନ୍ତି ।

ସେ କହିଛନ୍ତି ଯେ ସୁରକ୍ଷା ବାହିନୀ ଏସବୁକୁ ନିଶ୍ଚିତ ଭାବେ ମନେ ରଖିଥିବ । ଆଉ ମାତ୍ର କିଛି ଦିନ ପରେ ଅସ୍ତ୍ରବିରତି ସମୟ ଶେଷ ହେବ । ଏହାପରେ ସେନା ଆହୁରି ଉଗ୍ର ହୋଇ ପ୍ରତିଆକ୍ରମଣ କରିବା ନିଶ୍ଚିତ । ଏପରି ହେଲେ ଆତଙ୍କବାଦୀ ମାନେ ହିଁ ଦାୟୀ ରହିବେ ।

ସମ୍ବନ୍ଧିତ ଖବର