ବାଙ୍କୀ: ଗାଁରେ ଜାଗର ଯାତ୍ରା ଚାଲିଥିଲା ବେଳେ ଘର ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ ଲୋକେ। ଏପଟେ ତାଲା ଭାଙ୍ଗି ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ। ଗୋଟିଏ ନୁହେଁ, ୫ଟି ଘରୁ ଲୁଟ୍ ହୋଇଛି। ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବାଙ୍କୀ ଅଧୀନସ୍ଥ ପୁଇଁଚା ଗାଁରେ ଘଟିଛି ଏଭଳି ସିରିଜ୍ ଚୋରି ଘଟଣା।
ବାଙ୍କୀ ଅଧୀନସ୍ଥ ପୁଇଁଚା ଗାଁରେ ୫ଟି ଘରୁ ଲୁଟ୍ ହୋଇଛି। ଜାଗର ଯାତ୍ରା ପାଇଁ ଗାଁର ଯୁବକଙ୍କ ଦ୍ଵାରା ନାଟକ ପରିବେଷଣ ହେଉଥିଲା। ମନ୍ଦିର ପଡ଼ିଆରେ ଜାଗର ଯାତ୍ରା ଚାଲିଥିବା ବେଳେ ସମସ୍ତେ ଘରର ତାଲା ପକାଇ ଯାତ୍ରା ଦେଖୁଥିବା ବେଳେ ଗାଁରେ ପଶିଥିଲେ ଚୋର ଗ୍ୟାଙ୍ଗ। ରାତି ପ୍ରାୟ ସାଢେ ୧୨ଟାରୁ ସାଢ଼େ ଗୋଟାଏ ମଧ୍ୟରେ ଚୋର ଗ୍ୟାଙ୍ଗ ପଶି ଗୋଟିଏ ପରେ ଗୋଟିଏ ଘରେ ବୁଲାଇଛନ୍ତି କଳାକନା। ଗାଁଲୋକେ ଘରକୁ ଆସି ଚୋରି ଘଟଣା ଜାଣିବା ପରେ ବୈଦେଶ୍ୱର ଥାନା ପୁଲିସକୁ ଖବର ଦିଆଯାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜାଗର ଯାତ୍ରା ପାଇଁ ଗାଁର ଯୁବକଙ୍କ ଦ୍ଵାରା ନାଟକ ପରିବେଷଣ ହେଉଥିଲା। ମନ୍ଦିର ପଡ଼ିଆରେ ଜାଗର ଯାତ୍ରା ଚାଲିଥିବା ବେଳେ ସମସ୍ତେ ଘରର ତାଲା ପକାଇ ଯାତ୍ରା ଦେଖୁଥିବା ବେଳେ ଗାଁରେ ପଶିଥିଲେ ଚୋର ଗ୍ୟାଙ୍ଗ। ରାତି ପ୍ରାୟ ସାଢେ ୧୨ଟାରୁ ସାଢ଼େ ଗୋଟାଏ ମଧ୍ୟରେ ଚୋର ଗ୍ୟାଙ୍ଗ ପଶି ଗୋଟିଏ ପରେ ଗୋଟିଏ ଘରେ ବୁଲାଇଛନ୍ତି କଳାକନା। ଗାଁଲୋକେ ଘରକୁ ଆସି ଚୋରି ଘଟଣା ଜାଣିବା ପରେ ବୈଦେଶ୍ୱର ଥାନା ପୁଲିସକୁ ଖବର ଦିଆଯାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/02/Li3yrowTFQccrAGjhmLZ.png)