ରାୟଗଡ଼ା: ରାୟଗଡ଼ା ସହରର ନିୟୁ କଲୋନିର ପ୍ରଥମ ଗଳିରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣରେ ଚୋରି ହୋଇଛି | ସେ ତାଙ୍କ ମା ନିଶାମଣିଙ୍କ ସହ ଆଗ ଘରେ ରହୁଥିବା ବେଳେ ପଛ ପଟ ତାଲା ପଡ଼ିଥିବା ଘରେ ଚୋରି କରିଛନ୍ତି ଦୁର୍ବୃତ୍ତ | ପଛ ଘର ମୁଖ୍ୟ କବାଟରେ ଥିବା ଗ୍ରିଲ କାଟି ପଶିଥିଲେ ଦୁର୍ବୃତ୍ତ | ଭିତରେ ଥିବା ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୨ କେଜିରୁ ଅଧିକ ରୁପା ଗହଣା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ|
ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ସହରର ନିୟୁ କଲୋନୀର ପ୍ରଥମ ଗଳିରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରୁ ବଡ଼ ଧରଣରେ ଚୋରି ହୋଇଛି | ସେ ତାଙ୍କ ମା ନିଶାମଣିଙ୍କ ସହ ଆଗ ଘରେ ରହୁଥିବା ବେଳେ ପଛ ପଟ ତାଲା ପଡ଼ିଥିବା ଘରେ ଚୋରି କରିଛନ୍ତି ଦୁର୍ବୃତ୍ତ | ପଛ ଘର ମୁଖ୍ୟ କବାଟରେ ଥିବା ଗ୍ରିଲ କାଟି ପଶିଥିଲେ ଦୁର୍ବୃତ୍ତ | ଭିତରେ ଥିବା ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୨ କେଜିରୁ ଅଧିକ ରୁପା ଗହଣା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ|
ଆଜି ସକାଳୁ ପଛ ଘରକୁ ଯିବା ସମୟରେ ଘର କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ ସୁବ୍ରତ ଓ ତାଙ୍କ ମା | ଅନ୍ୟ ଜାଗାରେ ଘର କାମ ଚାଲିଥିବାରୁ ଘର ମାଲିକ ସୁବ୍ରତ ନଗଦ ଟଙ୍କା ଘର ରଖିଥିଲେ | ଏ ନେଇ ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ଏସଡିପିଓ ଗୌରହରି ସାହୁ, ଆଇଆଇସି କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ୍ ଓ ଡଗ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଦୁର୍ବୃତ୍ତମାନେ ଘର ପଛପଟରୁ ଆସିଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିବା ବେଳେ ଘର ଲାଗିଥିବା ସିସିଟିଭି ଫୁଟେଜରେ ଦୁର୍ବୃତ୍ତମାନଙ୍କ କିଛି ଦୃଶ୍ୟ କଏଦ ହୋଇଥିବା ଜଣାପଡ଼ିଛି |
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/30/drj5pwT9xB8ZtGvJp42P.jpg)