ଯାଜପୁର: ଯାଜପୁର ଟାଉନ ଥାନା ଅଧୀନ ଲଳିତେଶ୍ୱେର ଅଞ୍ଚଳରେ ଥିବା ମା ତାରିଣୀ ମନ୍ଦିରରୁ ଗତକାଲି ରାତିରେ ଲୁଟ ହୋଇଛି। ଲକ୍ଷାଧିକ ଟଙ୍କାର ମାଙ୍କ ଚାନ୍ଦି ଅଳଙ୍କାର, ହାର, ମୁକୁଟ ଓ କାନଫୁଲ ଆଦି ଲୁଟି ନେଇଛନ୍ତି। ଆସନ୍ତା ସପ୍ତାହରେ ମାଙ୍କ ବାର୍ଷିକ ଉତ୍ସବ ଥିବା ବେଳେ ଲୁଟେରା ସବୁ ଲୁଟି ନେଇଛନ୍ତି। ଏପରିକି ମାଙ୍କ ବସ୍ତ୍ରକୁ ବି ନେଇ ଯାଇ ମା ଙ୍କୁ ନିର୍ବସ୍ତ୍ର କରିପକାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଲଳିତେଶ୍ୱେର ଅଞ୍ଚଳରେ ଥିବା ମା ତାରିଣୀ ମନ୍ଦିରରୁ ଗତକାଲି ରାତିରେ ଲୁଟ ହୋଇଛି। ଲକ୍ଷାଧିକ ଟଙ୍କାର ମାଙ୍କ ଚାନ୍ଦି ଅଳଙ୍କାର, ହାର, ମୁକୁଟ ଓ କାନଫୁଲ ଆଦି ଲୁଟି ନେଇଛନ୍ତି। ଆସନ୍ତା ସପ୍ତାହରେ ମାଙ୍କ ବାର୍ଷିକ ଉତ୍ସବ ଥିବା ବେଳେ ଲୁଟେରା ସବୁ ଲୁଟି ନେଇଛନ୍ତି। ଏପରିକି ମାଙ୍କ ବସ୍ତ୍ରକୁ ବି ନେଇ ଯାଇ ମା ଙ୍କୁ ନିର୍ବସ୍ତ୍ର କରିପକାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି।
୨/୩ ଦିନ ପୂର୍ବରୁ ଏହି ଅଞ୍ଚଳରେ ୩ଟି ଘରୁ ମଧ୍ୟ ଲୁଟ୍ ହୋଇଥିଲା। ତେବେ ପୁଲିସର ନୀରବତା ଯୋଗୁ ଦିନକୁ ଦିନ ଲୁଟ ବଢିଚାଲିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/20/t6MbUKXIvOn1DYBEc1Zi.jpg)