ବାଲିପାଟଣା: ରାଜଧାନୀ ଉପକଣ୍ଠ କମିଶନରେଟ ପୁଲିସ ଅଧୀନ ବାଲିପାଟଣାରେ ଦେବାଦେବୀ ସୁରକ୍ଷିତ ନାହାନ୍ତି | ବାରମ୍ବାର ମନ୍ଦିରରୁ ଚୋରି ହେଉଥିବା ବେଳେ ପୁଲିସ ଦେଖେଣାହାରୀ ପାଲଟିଛି |
କିଛି ଦିନ ତଳେ ଆମଣାକୁଦ ଶନି ଦେବତାଙ୍କ ମନ୍ଦିର ଲୁଟ ପରେ ବାଲିପାଟଣା ଥାନା ଶିଶୁମଠ ସ୍ଥିତ ମଦନ ମୋହନ ଦେବଙ୍କ ମନ୍ଦିରରୁ ବହୁ ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଛି । ତାଲା ଭାଙ୍ଗି ପ୍ରାଚୀନ ମୂର୍ତ୍ତି ସହ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଚୋର। ସ୍ଥାନୀୟ ପୁଲିସର ଅପାରଗତା ପାଇଁ ଚୋରି , ଲୁଟ, ରାହାଜାନି ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି |
ବାଲିପାଟଣାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ପିଠ ନିକଟ ମଦନ ମୋହନ ଦେବଙ୍କ ମନ୍ଦିରରେ ଗତକାଲି ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଆଜି ସକାଳୁ ପୂଜକ ମନ୍ଦିର ପୂଜାର୍ଚ୍ଚନା କରିବାକୁ ଆସି ତାଲା ଭଙ୍ଗା ଯାଇଥିଵା ଦେଖିଥିଲେ |ମନ୍ଦିରରେ ଥିବା ପ୍ରାଚୀନ ଅଷ୍ଟଧାତୁ ମଦନମୋହନ, ପ୍ରାୟ ୨ କେଜି ଓଜନର ସୁନା ଲକ୍ଷ୍ମୀ ମୂର୍ତ୍ତି , ରାଧାକୃଷ୍ଣ , ଭୂଦେବୀ ମୂର୍ତ୍ତି ଚୋରି ନେଇ ଯାଇଛନ୍ତି |
ସୂଚନା ଅନୁସାରେ, ବାଲିପାଟଣାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ପିଠ ନିକଟ ମଦନ ମୋହନ ଦେବଙ୍କ ମନ୍ଦିରରେ ଗତକାଲି ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଆଜି ସକାଳୁ ପୂଜକ ମନ୍ଦିର ପୂଜାର୍ଚ୍ଚନା କରିବାକୁ ଆସି ତାଲା ଭଙ୍ଗା ଯାଇଥିଵା ଦେଖିଥିଲେ |ମନ୍ଦିରରେ ଥିବା ପ୍ରାଚୀନ ଅଷ୍ଟଧାତୁ ମଦନମୋହନ, ପ୍ରାୟ ୨ କେଜି ଓଜନର ସୁନା ଲକ୍ଷ୍ମୀ ମୂର୍ତ୍ତି , ରାଧାକୃଷ୍ଣ , ଭୂଦେବୀ ମୂର୍ତ୍ତି ଚୋରି ନେଇ ଯାଇଛନ୍ତି | ଏହା ସହ ଠାକୁରଙ୍କ ରୂପା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି ଚୋର | ମନ୍ଦିରରେ ଥିବା ଆଲମାରୀ ତାଲା ଭାଙ୍ଗି ଦେଇଥିଲେ ହେଲେ ଲକର ଖୋଲିପାରି ନ ଥିଲେ ଦୁର୍ବୃତ୍ତ । ଖବର ପାଇ ବାଲିପାଟଣା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି | ଚୋରଙ୍କୁ ତୁରନ୍ତ ଧରିବା ପାଇଁ ସାଧାରଣରେ ଦାବି ହୋଇଛି |