ସୋର: ସୋରରେ ଦିନକୁ ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପୁଲିସକୁ ଖାତିର ନକରି ଚୋରମାନେ ପ୍ରତିଦିନ ଚୋରି କରୁଥିବା ଦେଖିବାକୁ ମିଳୁଛି। ଗତକାଲି ଗୋଟିଏ ଗାଁର ୫ ଟି ମନ୍ଦିରରୁ ଚୋରି ହୋଇଥିବା ବେଳେ ଆଜି ମଧ୍ୟ ଗୋଟିଏ ଗାଁର ଦୁଇଟି ମନ୍ଦିରରୁ ୧୩ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ବେଳେ ଦିନ ୨ ଟା ଯାଏଁ ଠାକୁର ଉପାସରେ ରହିବା ସହିତ ଭକ୍ତ ଆଖିରେ ଲୁହ ଦେଖିବାକୁ ମିଳିଛି।
ଆଜି ସକାଳେ ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ଓ ବ୍ରହ୍ମାଣୀ ମନ୍ଦିରକୁ ପୁଜକ ପୁଜା ପାଇଁ ଯାଇଥିବା ବେଳେ ଠାକୁରଙ୍କ ଗହଣା ସମେତ ଦାନ ବାକ୍ସ ଚୋରି ହୋଇଥିବା ଜାଣିବାକୁ ପାଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଚୋରମାନେ ଲକ୍ଷ୍ମୀନାରାୟଣ ମନ୍ଦିରରୁ ରୁପା ମୁକୁଟ,ସୁନା ବାହୁଟି,ସୁନାର ଚନ୍ଦ୍ରାହାର,ଅଣ୍ଟାବିଛା,୧୫ଟି ସୁନା ଚିତା ସମେତ ବ୍ରାହ୍ମଣୀ ମନ୍ଦିରରୁ ଅଷ୍ଟଧାତୁ ମୁକୁଟ,୧୦ ଟି ରୁପା ମୁକୁଟ, ୧୦ଟି ସୁନା ଚିତା ଚୋରି କରିଥିଲେ। ଯାହାର ଆନୁମାନିକ ମୁଲ୍ୟ ୧୩ ଲକ୍ଷରୁ ଅଧିକ ହେବ। ଏନେଇ ଲୋକେ ସୋର ପୁଲିସକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳେ ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ଓ ବ୍ରହ୍ମାଣୀ ମନ୍ଦିରକୁ ପୁଜକ ପୁଜା ପାଇଁ ଯାଇଥିବା ବେଳେ ଠାକୁରଙ୍କ ଗହଣା ସମେତ ଦାନ ବାକ୍ସ ଚୋରି ହୋଇଥିବା ଜାଣିବାକୁ ପାଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଚୋରମାନେ ଲକ୍ଷ୍ମୀନାରାୟଣ ମନ୍ଦିରରୁ ରୁପା ମୁକୁଟ,ସୁନା ବାହୁଟି,ସୁନାର ଚନ୍ଦ୍ରାହାର,ଅଣ୍ଟାବିଛା,୧୫ଟି ସୁନା ଚିତା ସମେତ ବ୍ରାହ୍ମଣୀ ମନ୍ଦିରରୁ ଅଷ୍ଟଧାତୁ ମୁକୁଟ,୧୦ ଟି ରୁପା ମୁକୁଟ, ୧୦ଟି ସୁନା ଚିତା ଚୋରି କରିଥିଲେ। ଯାହାର ଆନୁମାନିକ ମୁଲ୍ୟ ୧୩ ଲକ୍ଷରୁ ଅଧିକ ହେବ। ଏନେଇ ଲୋକେ ସୋର ପୁଲିସକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
crime