ଭୁବନେଶ୍ବର : ରାଜ୍ୟରେ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ରରୁ ଲିଖିତ ପ୍ରସ୍ତାବ ଆସିନାହିଁ। କେନ୍ଦ୍ରରୁ ପ୍ରସ୍ତାବ ଆସିବା ପରେ ଲୋକଙ୍କ ହିତରେ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ବିଶ୍ବର ଅନ୍ୟତମ। ଆୟୁଷ୍ମାନ ଭାରତ ଅପେକ୍ଷା ବିଜୁ ସ୍ବାସ୍ଥ୍ୟ କାର୍ଡରେ ଅଧିକ ଲୋକ ଉପକୃତ ହେଉଛନ୍ତି। ବିଏସ୍‌କେୱାଇରେ ରାଜ୍ୟ ସରକାର ଦୈନିକ ୩/୪ କୋଟି ଟଙ୍କା ଖର୍ଚ୍ଚ କରୁଥିବା ସେ କହିଛନ୍ତି।