ନୂଆଦିଲ୍ଲୀ: ଭାରତର ରାସ୍ତାଗୁଡ଼ିକ ପୂର୍ବ ଅପେକ୍ଷା ନିଶ୍ଚିତ ଭାବରେ ଭଲ ହୋଇଛି, କିନ୍ତୁ ଏବେ ବି ଉନ୍ନତିର ବହୁତ ଆବଶ୍ୟକତା ଅଛି। ଖରାପ ରାସ୍ତାରେ ପଦଯାତ୍ରୀ ଏବଂ ବାଇକ୍ ଚାଳକମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ଭାରତର ରାସ୍ତାକୁ ଦେଖି ବାଇକ ନିର୍ମାତାମାନେ ଏମିତି କିଛି ବାଇକ ତିଆରି କରିଛନ୍ତି ଯାହାକି ଖରାପ ରାସ୍ତାରେ ବି ଆରାମଦାୟକ ଯାତ୍ରାର ଅନୁଭବ ଦେବ । ଏହି ବାଇକ୍ଗୁଡ଼ିକର କେବଳ ଉଚ୍ଚ ଗ୍ରାଉଣ୍ଡ କ୍ଲିୟରାନ୍ସ ନାହିଁ, ବରଂ ଏହାର ନରମ ସିଟ୍ ଏବଂ ସସପେନସନ୍ ଆପଣଙ୍କୁ ନିରାଶ ହେବାକୁ ଦେବ ନାହିଁ। ଯଦି ଆପଣ ମଧ୍ୟ ଏପରି ବାଇକ୍ ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ତିନୋଟି ସବୁଠାରୁ ଦମଦାର ବାଇକ୍ ବିଷୟରେ ସୂଚନା ଦେଉଛୁ।
ହିରୋ ସ୍ପେଣ୍ଡର ପ୍ଲସ୍ ଏହାର ସେଗମେଣ୍ଟରେ ସର୍ବାଧିକ ବିକ୍ରି ହେଉଥିବା ବାଇକ୍। ଏଥିରେ ଏକ ୯୭.୨ସିସି ସିଙ୍ଗଲ୍-ସିଲିଣ୍ଡର ଇଞ୍ଜିନ୍ ଅଛି ଯାହା ୭.୯ ବିଏଚପି ପାୱାର ଏବଂ ୮.୦୫ ଏନଏମ ଟର୍କ ଜେନେରେଟ୍ କରେ । ଖରାପ ରାସ୍ତା ପାଇଁ, ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୬୫ ଏମଏମ ଅଛି, ଯାହା ସାହାଯ୍ୟରେ ଏହି ବାଇକ୍ ସହଜରେ ସଂକୀର୍ଣ୍ଣ ରାସ୍ତା ଦେଇ ଆରାମରେ ଯାଇପାରେ | ଏହାର ହାଲୁକା ଓଜନ ଯୋଗୁଁ, ଏହାକୁ ଗହଳିରେ ବି ସହଜରେ ଚଲାଇହେବ।
ଟିଭିଏସ ରାଡେନ୍, ଯାହା ଏକ ଶକ୍ତିଶାଳୀ ବାଇକ୍ ଭାବରେ ଜଣାଶୁଣା, ସ୍ପ୍ଲେଣ୍ଡର ପ୍ଲସ ସହିତ ପ୍ରତିଯୋଗିତା କରେ। ଏହି ବାଇକ୍ରେ ୧୦୯.୭ସିସି ଏୟାର-କୁଲ୍ଡ ଇଞ୍ଜିନ୍ ଅଛି ଯାହା ୮.୧୯ ପିଏସ ପାୱାର ଏବଂ ୮.୭ ଏନଏମ ଟର୍କ ଜେନେରେଟ୍ କରେ। ଏହି ବାଇକ୍ରେ ୧୭୨ଏମଏମ ଗ୍ରାଉଣ୍ଡ କ୍ଲିଅରାନ୍ସର ଭାରୀ ସସପେନସନ୍ ଅଛି, ଯାହା ଯୋଗୁଁ ଏହା ସହଜରେ ଖରାପ ରାସ୍ତା ଦେଇ ଯାଇପାରିବ।
ହୋଣ୍ଡାର ସାଇନ୍ ୧୦୦ ଏକ ସୁଲଭ ବାଇକ୍। ଏହି ବାଇକ୍ରେ ୯୮.୯୮ ସିସି ୪ ଷ୍ଟ୍ରୋକ ଏସଆଇ ଇଞ୍ଜିନ୍ ଅଛି । ଏହାର ସରଳ ଲୁକ୍ ଗ୍ରାହକମାନେ ବହୁତ ପସନ୍ଦ କରିଛନ୍ତି। ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୬୮ ଏମଏମ। ଏହାର ଭାରୀ ସସପେନସନ ଆପଣଙ୍କୁ ଖରାପ ରାସ୍ତାରେ ନିରାଶ ହେବାକୁ ଦିଏ ନାହିଁ।