ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଷ୍ଟେସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମେଲ୍/ଏକ୍ସପ୍ରେସ୍ ଟ୍ରେନର ରହଣିସ୍ଥଳ ପୁନଃସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ପ୍ରତ୍ୟାହାର କରାଯାଇଥିବା ଏହି ରହଣିସ୍ଥଳ ଗୁଡ଼ିକୁ ଯାତ୍ରୀ ଏବଂ ଜନପ୍ରତିନିଧିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବେ ପୁନଃସ୍ଥାପିତ କରାଯାଉଛି। ଏହା ୧ ସେପ୍ଟେମ୍ବର ୨୦୨୫ ଠାରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ। ତଦନୁସାରେ, ଟ୍ରେନ ନମ୍ବର ୧୨୮୨୨ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସର ରହଣି ମାର୍କୋଣା ରେଳ ଷ୍ଟେସନରେ ଏବଂ ଟ୍ରେନ ନମ୍ବର ୧୨୮୭୨ ଟିଟଲାଗଡ଼-ହାୱଡା ଇସ୍ପାତ ଏକ୍ସପ୍ରେସ ୧ ସେପ୍ଟେମ୍ବର ୨୦୨୫ ରୁ ବାଗଦେହି ଷ୍ଟେସନରେ ପୁଣି ରହିବ |
ଟ୍ରେନ ନମ୍ବର ୧୮୦୦୬ ଜଗଦଲପୁର-ହାୱଡା ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବିଶ୍ରା ଏବଂ ରାଜଖରସାୱାନ ଜଙ୍କସନରେ ପୁଣି ରହିବ । ଟ୍ରେନ ନମ୍ବର ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବାଗଦେହି ଷ୍ଟେସନରେ ପୁଣି ରହିବ । ଟ୍ରେନ ନମ୍ବର ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବସ୍ତା ଏବଂ ବିଶ୍ରା ଷ୍ଟେସନରେ ପୁଣି ରହିବ । ଟ୍ରେନ ନମ୍ବର ୧୮୪୧୦ ପୁରୀ-ଶାଲିମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସର ରହଣି ରୂପସା ଜଙ୍କସନରେ ୨ ସେପ୍ଟେମ୍ବର ୨୦୨୫ରୁ ପୁଣି ରହିବ ।
ଟ୍ରେନ ନମ୍ବର ୧୮୪୪୯ ପୁରୀ-ପାଟନା ବୈଦ୍ୟନାଥଧାମ ଏକ୍ସପ୍ରେସର ରହଣି ୨ ସେପ୍ଟେମ୍ବର ୨୦୨୫ରୁ ବର୍ଣ୍ଣପୁର ଷ୍ଟେସନରେ ପୁଣି ରହିବ । ଟ୍ରେନ ନମ୍ବର ୨୨୮୭୪ ବିଶାଖାପାଟଣା-ଦୀଘା ଏକ୍ସପ୍ରେସର ରହଣି ୫ ସେପ୍ଟେମ୍ବର ୨୦୨୫ରୁ ଜଳେଶ୍ୱର ଷ୍ଟେସନରେ ପୁଣି ରହିବ । ଟ୍ରେନ ନମ୍ବର ୨୨୮୯୦ ପୁରୀ-ଦୀଘା ଏକ୍ସପ୍ରେସର ରହଣି ୭ ସେପ୍ଟେମ୍ବର ୨୦୨୫ ରୁ ଜଳେଶ୍ୱର ଷ୍ଟେସନରେ ପୁଣି ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/30/new-project-24-2025-08-30-15-58-02.jpg)