ସେମାନେ ଗେରୁଆ ପିନ୍ଧନ୍ତି, ଝିଅ-ବୋହୂମାନଙ୍କୁ ଦୁଷ୍କର୍ମ କରନ୍ତି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସରେନ

ପାକୁର: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସରେନ ବୁଧବାର ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି। ‌ସେ ଭାରତୀୟ ଜନତା ପାର୍ଟିର ଗେରୁଆ ପରିଧାନକାରୀ ନେତାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ବା ଶେଷ ପର୍ଯ୍ୟାୟର ନିର୍ବାଚନ ପ୍ରଚାରରେ ଯୋଗ ଦେଇ ସେ କହିଛନ୍ତି କି ‘ସେମାନେ ଗେରୁଆ ପିନ୍ଧନ୍ତି ଓ ଝିଅମାନଙ୍କୁ ଦୁଷ୍କର୍ମ କରନ୍ତି’।

ଝାଡ଼ଖଣ୍ଡର ପାକୁରଠାରେ ଏକ ରାଲିକୁ ସମ୍ବୋଧନ କରି ସେ କହିଛନ୍ତି ‘ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପରି ଏକ ବର୍ଗରୁ ଆସିଛନ୍ତି ଯେଉଁଠାରେ ବିଜେପି ନେତାମାନେ ଗେରୁଆ ପିନ୍ଧନ୍ତି ଓ ଝିଅମାନଙ୍କ ସହ ଦୁଷ୍କର୍ମ କରନ୍ତି।’

AajTak

ସେ ଆହୁରି ବି କହିଛନ୍ତି କି ‘ଆଜିର ଦିନରେ ଝିଅ ଓ ବୋହୂମାନଙ୍କୁ ଜଳାଇ ଦିଆଯାଉଛି। ମୁଁ ଜାଣିବାକୁ ପାଇଛି ଯେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଗେରୁଆ ବସ୍ତ୍ର ପରିଧାନ କରି ସେପରି ଘୂରି ବୁଲୁଛନ୍ତି। ବିଜେପିର ସେହି ଲୋକ ଏମାନେ ଯିଏ କି ବାହା ହୁଅନ୍ତି ନାହିଁ, ଗେରୁଆ ବସ୍ତ୍ର ପିନ୍ଧି ଝିଅ-ବୋହୂଙ୍କ ସହ ଦୁଷ୍କର୍ମ କରନ୍ତି।’

ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପୂର୍ବରୁ ଯୋଗୀ ଆଦିତ୍ୟନାଥ ବି ନିର୍ବାଚନ ପ୍ରଚାର କରି ସାରିଛନ୍ତି। ଯାହାର ଫଳାଫଳ ଡିସେମ୍ବର ୨୩ ତାରିଖରେ ଜଣାପଡ଼ିବ। ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆଜି ସଂଧ୍ୟା ସୁଦ୍ଧା ସମାପ୍ତ ହୋଇଛି।

ସମ୍ବନ୍ଧିତ ଖବର