କଳାପଥର: ବାଙ୍କୀ ମହୋତ୍ସବ ତୃତୀୟ ସଂନ୍ଧ୍ୟା ଉତ୍ସବ କଚେରୀ ପଡ଼ିଆ ଠାରେ ଅନୁଷ୍ଠିତ ହେବା ସହ ମହୋତ୍ସବର ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ‘ସମ୍ବାଦ ଗ୍ରୁପ୍ର ଅଧକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦାନ କରି ବାଙ୍କୀ ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଛି. କିନ୍ତୁ ରାଜନୀତିକୁ ଘୃଣା କଲେ ଆମ୍ଭେ ଚଳିପାରିବା ନାହଁ ବୋଲି କହିଥିଲେ । ବାଙ୍କୀର କଳା, ସାହିତ୍ୟ ଓ ସଂସ୍କୃତି ସାରା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଛି ବୋଲି ମଧ୍ୟ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରକାଶ କରିଥିଲେ।
ମୁଖ୍ୟ ଅତିଥି ଭାବରେ ‘ସମ୍ବାଦ ଗ୍ରୁପ୍ର ଅଧକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦାନ କରି ବାଙ୍କୀ ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଛି. କିନ୍ତୁ ରାଜନୀତିକୁ ଘୃଣା କଲେ ଆମ୍ଭେ ଚଳିପାରିବା ନାହଁ ବୋଲି କହିଥିଲେ । ବାଙ୍କୀର କଳା, ସାହିତ୍ୟ ଓ ସଂସ୍କୃତି ସାରା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଛି ବୋଲି ମଧ୍ୟ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଯୋଗଦାନ କରି ବାଙ୍କୀର ଇଷ୍ଟଦେବୀ ମା’ର୍ଚ୍ଚିକାଙ୍କ କୃପାରୁ ବାଙ୍କୀରେ ବହୁ କୃତବିଦ୍ୟ ସନ୍ତାନ ଜନ୍ମ ହୋଇ ସାରା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଛନ୍ତି ବୋଲି କହିଛନ୍ତି ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଯୋଗଦାନ କରି ବାଙ୍କୀର ଇଷ୍ଟଦେବୀ ମା’ର୍ଚ୍ଚିକାଙ୍କ କୃପାରୁ ବାଙ୍କୀରେ ବହୁ କୃତବିଦ୍ୟ ସନ୍ତାନ ଜନ୍ମ ହୋଇ ସାରା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଛନ୍ତି ବୋଲି କହିଛନ୍ତି । ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦାନ କରି ବାଙ୍କୀ ମହୋତ୍ସବର ୨୦୦୦ ମସିହା ଠାରୁ ଆରମ୍ଭ ହୋଇ ଆଜି ତା’ର ରୌପ୍ୟ ଜୟନ୍ତୀ ପାଳିତ ହେଉଛି ବୋଲି କହିବା ସହିତ ମହୋତ୍ସବର ଇତିହାସ ସଂପର୍କରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥିଭାବେ କଟକର ଅତିରିକ୍ତ ଜିଲ୍ଲାପାଳ ଶିପଟପ୍ପୋ, ଜିଲ୍ଲା ପରିଷଦ ସଦସ୍ୟ ଅଶିଷ କୁମାର ସାହୁ, ବାଙ୍କୀ ବ୍ଲକ ବିଡିଓ ସଂଗ୍ରାମ କେଶରୀ ଭୋଳ, ମହୋତ୍ସବ ଉପସଭାପତି ସନାତନ ବେହେରା, ଅନୁପ ବଥୁଆଲ ପ୍ରମୁଖ ଯୋଗଦାନ କରି ମହୋତ୍ସବର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଉପସଭାପତି ତଥା ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭା ପୂର୍ବରୁ ବାଙ୍କୀ କଳା , ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅନ୍ୟତମ ଉପସଭାପତି ସୌମେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।