ଭୁବନେଶ୍ୱର: ଯକୃତ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରିଦିଏ, ଖାଦ୍ୟ ହଜମ କରିବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ। କିନ୍ତୁ ଆଜିକାଲି ଅଧିକ ତେଲ, ଚିନି ଓ ଜଙ୍କ ଫୁଡ୍ ଖାଇବା ଯୋଗୁଁ ଯକୃତ ଉପରେ ବହୁତ ଚାପ ପଡୁଛି। ଏହା ଯକୃତକୁ ଦୁର୍ବଳ କରିପାରେ ଓ ଅନେକ ରୋଗର କାରଣ ମଧ୍ୟ ହୋଇପାରେ। ହେଲେ ଚିନ୍ତା କରନ୍ତୁ ନାହିଁ କିଛି ସାଧାରଣ ପରିବା ଖାଇଲେ ଆପଣଙ୍କ ଯକୃତ ସଫା ଓ ସୁସ୍ଥ ରହିବ। ଆସନ୍ତୁ ଜାଣିବା ଏହି ୬ଟି ପରିବା ବିଷୟରେ:
ପାଳଙ୍ଗ: ପାଳଙ୍ଗ ହେଉଛି ଏକ ପ୍ରକାରର ଶାଗ। ପାଳଙ୍ଗକୁ ସାଲାଡରେ ଖାଇପାରିବେ, ସୁପ୍ ,ଜୁସ୍ ଓ ତରକାରୀ ମଧ୍ୟ ରାନ୍ଧି ଖାଇପାରିବେ । ସକାଳେ ପାଳଙ୍ଗ ଜୁସ୍ ପିଇଲେ ଯକୃତ ସହ ପେଟ ମଧ୍ୟ ସଫା ରହେ।
ବିଟ୍: ବିଟ୍ ଯକୃତ ପାଇଁ ଏକ ଭଲ ପରିବା । ଏହା ଯକୃତକୁ ସଫା କରେ ଓ ରକ୍ତକୁ ଶୁଦ୍ଧ ରଖେ। ଏହା ଯକୃତର କୋଷକୁ ମଜବୁତ କରେ ଓ ନୂଆ କୋଷ ତିଆରି କରିବାରେ ସାହାଯ୍ୟ କରେ। ବିଟକୁ ଜୁସ୍ କରି ପିଅନ୍ତୁ, ସାଲାଡରେ ମିଶାନ୍ତୁ କିମ୍ବା ହାଲକା ସିଝାଇ ଖାଆନ୍ତୁ।
ବ୍ରକୋଲି: ଏହା ଯକୃତକୁ ସଫା ରଖିବା ପାଇଁ ସାହାଯ୍ୟ କରେ ଓ ଶରୀରରୁ ଖରାପ ଜିନିଷ ବାହାର କରେ। ନିୟମିତ ବ୍ରକୋଲି ଖାଇଲେ ଯକୃତରେ ଚର୍ବି ଜମା ହେବା ରୋଗକୁ ମଧ୍ୟ କମାଇପାରୁଛି। ବ୍ରକୋଲିକୁ ସୁପ୍, ତରକାରୀ କିମ୍ବା ହାଲକା ସିଝାଇ ଖାଆନ୍ତୁ।
କଲରା: କଲରା ପିତା ହେଲେ ମଧ୍ୟ ଏହା ଯକୃତ ପାଇଁ ବହୁତ ଲାଭଦାୟକ। ଏହା ଶରୀରରୁ ବିଷ ବାହାର କରେ। କଲରାକୁ ତରକାରୀ, ଭଜା କିମ୍ବା ଜୁସ୍ କରି ଖାଇପାରିବେ।
ଧନିଆ: ଧନିଆ ପତ୍ର କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ଯକୃତକୁ ମଧ୍ୟ ସଫା ରଖେ। ଧନିଆକୁ ଚଟଣୀ, ସୁପ୍, ଜୁସ୍ କିମ୍ବା ଖାଦ୍ୟ ଉପରେ ପକାଇ ଖାଇପାରିବେ।
ବନ୍ଧାକୋବି: ଶୀତଦିନେ ଅଧିକ ମାତ୍ରାରେ ବ୍ୟବହାର ହେଉଥିବା ପରିବା ହେଉଛି କୋବି। ତେବେ ବନ୍ଧାକୋବି ହେଉଛି ଯକୃତର ପାଇଁ ଏକ ଉପଯୋଗୀ ପରିବା। ଏହା ଯକୃତରୁ ବିଷାକ୍ତ ଜିନିଷ ବାହାର କରେ। ବନ୍ଧାକୋବିକୁ ତରକାରୀ, ସାଲାଡ୍, ସୁପ୍ କିମ୍ବା ପରାଠାରେ ମିଶାଇ ଖାଆନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/17/woman-holding-a-liver-illustration-surronded-by-healthy-foods-2025-07-17-17-23-33.png)