ରାୟଗଡ଼ା: ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ଉପାନ୍ତ ଓ ଦୁର୍ଗମ ବ୍ଲକ କାଶୀପୁର ପୁଣି ଚର୍ଚ୍ଚାରେ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର୍ ଗାଁରେ ଗତ କିଛି ଦିନ ହେଲା ଏକ ଅଜଣା ରୋଗ ବ୍ୟାପି ଥିବା ଜଣାପଡ଼ିଛି। ଏହି ରୋଗରେ ସାଧାରଣତଃ ଛୋଟ ଶିଶୁମାନେ ଆକ୍ରାନ୍ତ ହୋଇଥିବା ବେଳେ ଗତ ସପ୍ତାହ ମଧ୍ୟରେ ୩ ଜଣ ଶିଶୁ ମୃତ୍ୟୁ ବରଣ କରିଥିବା ସୂଚନା ମିଳଛି। ଆଉ ୪ ଜଣ ଶିଶୁ ଗୁରୁତର ଅବସ୍ଥାରେ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତ ରାୟ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଶିବ ମାଝୀଙ୍କ ଝିଅ ପୂର୍ଣି ମାଝୀ(୧୦), ସିନ୍ଦୂର ମାଝୀଙ୍କ ପୁଅ ନରେନ୍ଦ୍ର ମାଝୀ( ୪), ଡମ୍ବୁ ମାଝୀଙ୍କ ପୁଅ ଦାସ ମାଝୀ (୧୦) ବୋଲି ଜଣ ପଡ଼ିଛି।

Advertisment

ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଶିଶୁମାନେ ହେଲେ ସବା ମାଝୀଙ୍କ ପୁଅ ପବିତ୍ର ମାଝୀ (୬), ଆସୁ ମାଝୀଙ୍କ ପୁଅ ମହେନ୍ଦ୍ର ମାଝୀ(୫),  ଶିବ ମାଝୀଙ୍କ ପୁଅ ଜୟରାମ ମାଝୀ(୫) ଓ  ବିରିଂ ମାଝିଙ୍କ ଝିଅ ପାଲସି ମାଝୀ (୧୨) ବୋଲି ସୁଚନା ମିଳିଛି। ବର୍ତ୍ତମାନ ଏ ନେଇ ଏକ ଚିକିତ୍ସାଳୟର ଏକ ଟିମ୍ ଚିକିତ୍ସା କରୁଥିବା ବେଳେ ଏକ ବିଶେଷଜ୍ଞ ଦଳ ଆସିଲା ପରେ ଚିକିତ୍ସା ତ୍ୱରାନ୍ୱିତ କରିବା ବୋଲି ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ଏହା ସହ ଉକ୍ତ ଅଜଣା ରୋଗରେ ପୀଡ଼ିତଙ୍କ ନମୁନା ସଂଗ୍ରହ କରି ପଠାଯାଇଛି ଆସିଲେ ପରେ ସଠିକ୍ ରୋଗ ନେଇ ଜାଣିହେବ ଏବଂ ଏହା ଡେପଥେରିଆ ରୋଗ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉ ଥିବା ସୂଚନା। ଆଉ ଜଣେ ରୋଗୀ ଗାଁର ରହିଥିବା ବେଳେ ସେ ଚିକିତ୍ସା ପାଇଁ ଆସୁନଥିବା ନେଇ ଖବର ମିଳିଛି। ତେବେ କଥା ହେଉଛି ସପ୍ତାହେ ମଧ୍ୟରେ ତିନି ତିନୋଟି ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞ ଦଳ କାହିଁକି ଉକ୍ତ ଗାଁକୁ ଯାଇ ପରୀକ୍ଷା କଲେ ନାହିଁ। ପୀଡ଼ିତ ହୋଇଥିବା ସିରମ ରକ୍ତ ନମୁନା ଅଧିକା ପରୀକ୍ଷା ପାଇଁ ଭୁବନେଶ୍ୱର ପଠା ଯାଇଥିବା ସୂଚନା ମିଳିଛି। ଏହା ରିପୋର୍ଟ ଆସିବା ପାଇଁ ୭ ଦିନ ଲାଗିବ।