ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୩ ମୃତ

ଢେଙ୍କାନାଳ/ଭୁବନ: ଢେଙ୍କାନାଳ ଜିଲ୍ଲାରେ ବୁଧବାର ୨ଟି ସ୍ଥାନରେ ପାଣିରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଛି। କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗ୍ରାମରେ ଭାଇ-ଭଉଣୀ ସତ୍ୟବ୍ରତ ଓ ଜ୍ୟୋର୍ତିମୟୀ ରାଉତଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନରେ ପ୍ରଭାସ ସାଥୁଆ ମହାପାତ୍ର ନାଁରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ଓ୍ଵାର୍ଡର ପୃଷ୍ଟି ପୋଖରୀରେ ଗାଧେଇବା ସମୟରେ ପ୍ରଭାସ ସାଥୁଆ ମହାପାତ୍ର (୧୬ ବର୍ଷ) ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ଆଣିଥିଲେ। ହସ୍‌ପିଟାଲରେ ପ୍ରଭାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏସଂପର୍କିତ ଏତଲା ଥାନାରେ ଦେବା ପରେ ଭୁବନ ପୁଲିସ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ପବିତ୍ର ସାଥୁଆ ମହାପାତ୍ରଙ୍କ ଏକ ମାତ୍ର ପୁଅ ଥିଲେ ପ୍ରଭାସ। ସେ ସ୍ଥାନୀୟ ବାଜିରାଉତ ସ୍ମୃତି ମହାବିଦ୍ୟାଳୟର +୨ ର ଛାତ୍ର ଥିଲେ।

ସମ୍ବନ୍ଧିତ ଖବର