ବିଜୟୱାଡ଼ା: କରୋନା ପରି ମହାମାରୀ ଭାଇରସ୍କୁ ପୂର୍ବରୁ ଅନେକ ଯୋଦ୍ଧା ହରାଇ ସାରିଥିବା ବେଳେ ଏବେ ଏହି ମାରାତ୍ମକ ଭାଇରସ୍ର ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଜଣେ ୩ ବର୍ଷିଅ ବାଳିକା ଉଦାହରଣ ପାଲଟିଛି।
ଗତ କିଛି ଦିନ ତଳେ କୋଭିଡ୍-୧୯ର ଆକ୍ରାନ୍ତ ହୋଇଥିବା କୁଣ୍ଣୁଲ୍ ଜିଲ୍ଲାର ଏହି କୁନି ଝିଅ ଶାନ୍ତିରାମ କୋଭିଡ୍-ହସ୍ପିଟାଲ୍ରେ ଚିକିତ୍ସିତ ହୋଇ କରୋନା ନେଗେଟିଭ୍ ବୋଲି ଜଣାଯିବା ପରେ ତାକୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି।
/sambad/media/post_attachments/wp-content/uploads/2020/05/download-2-6-300x168.jpg)
CDC
ଏହି କୁନି ଝିଅଟିର ଘର ରେଡ୍ ଜୋନ୍ ଘୋଷିତ ହୋଇଥିବା କୁର୍ଣ୍ଣୁଲ୍ ଜିଲ୍ଲାର ଓଲଡ୍ ଟାଉନ୍ରେ। ଏପ୍ରିଲ୍ ଦ୍ବିତୀୟ ସପ୍ତାହରେଝିଅଟି ଭିତରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ କ୍ବାରେଣ୍ଟାଇନ୍ରେ ରଖା ଯାଇଥିଲା। ପରେ ରକ୍ତ ନମୁନା ପରୀକ୍ଷା କରିବାରୁ କୋଭିଡ୍ ପଜିଟିଭ୍ ବାହାରିଥିଲା। ସେବେଠାରୁ ଦୀର୍ଘ ୨୪ ଦିନ ପର୍ଯ୍ୟନ୍ତ କୁନି ଝିଅକୁ ଆଇସୋଲେସନ୍ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଶେଷରେ ରିପୋର୍ଟରୁ କୋଭିଡ୍ ନେଗେଟିଭ୍ ଆସିଥିବା ଜାଣିବାକୁ ମିଳିଛି।
ଏ ନେଇ ହସ୍ପିଟାଲ୍ର ଜଣେ ବରିଷ୍ଠ ଡାକ୍ତର କହନ୍ତି, ‘ପିଲାଟିର ଧୈର୍ଯ୍ୟ କମ୍ ଥିବାରୁ ଚିକିତ୍ସା ପାଇଁ ଟିକେ ଅସୁବିଧା ହୋଇଥିଲା। ଚିକିତ୍ସାରେ ରିସ୍କ ମଧ୍ୟ ଥିଲା। ଯେହେତୁ ବଡ଼ମାନଙ୍କୁ ଦିଆଯାଉଥିବା ଡୋଜ୍ର ୯୮ ପ୍ରତିଶତ ଶିଶୁଙ୍କୁ ଦିଆଯାଉଛି ଶିଶୁଙ୍କ ଚିକିତ୍ସା ବେଳେ ମନରେ ଭୟ ରହୁଛି।’
ଯାହା ବି ହେଉ, କୁନି ଝିଅଟିକୁ ଚିକିତ୍ସା ସମୟରେ ତା’ ବାପାମାଆଙ୍କଠାରୁ ଦୂରେଇ ରଖାଯାଇଥିଲା। ତାକୁ ଦେଖା କରିବାକୁ ଆସୁଥିବା ବେଳେ ଆବଶ୍ୟକୀୟ ସୁରକ୍ଷାର ସହ ଆସୁଥିଲେ ବାପାମାଆ।