ପାଣିପାଗ: ରାତି ୭ଟା ସୁଦ୍ଧା ୫ ଜିଲ୍ଲାକୁ ସତର୍କ ସୂଚନା, କାଳବୈଖାଖୀ ପ୍ରଭାବରେ ହୋଇପାରେ ବଜ୍ରାଘାତ-ବର୍ଷା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଓ ନୟାଗଡ଼ ଜିଲ୍ଲାକୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ସୂଚନା ଜାରି କରାଯାଇଛି। କନ୍ଧମାଳ, ରାୟଗଡ଼ା, ଗଂଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ଆଜି ରାତି ୭ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତ ହୋଇପାରେ। ତେଣୁ ଏହି ସମୟରେ ସଂପୃକ୍ତ ଜିଲ୍ଲାର ଲୋକେ ଘରୁ ବାହାରକୁ ନ ବାହାରନ୍ତୁ ବୋଲି ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ଆଜି ରାତି ୭ଟା ପୂର୍ବରୁ ଉପରୋକ୍ତ ଜିଲ୍ଲା ଗୁଡ଼ିକର ଗୋଟିଏ ବା ୨ଟି ସ୍ଥାନରେ ଘଡଘଡି ସହିତ ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର