ଅପରାହ୍ଣ ୪ଟା ସୁଦ୍ଧା ରାଜ୍ୟର ଛଅଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ବୁଧବାର ଅପରାହ୍ଣ ୧: ୧୫ରୁ ୪: ୧୫ ମଧ୍ୟରେ ରାଜ୍ୟର କେତେଗୁଡ଼ିଏ ଜିଲ୍ଲାର ଗୋଟିଏ କିଂବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ଦୁଇ ଅସରା ବର୍ଷା ହେବାର ସମ୍ଭାବନା ଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ସମ୍ବନ୍ଧିତ ଖବର