ବନ୍ଧମୁଣ୍ଡା: ରାଉରକେଲା ରେଳଷ୍ଟେସନର ଟିକଟ ସଂରକ୍ଷଣ କାଉଣ୍ଟରରେ ଗତକାଲି ସକାଳ ପ୍ରାୟ ୧୦ଟାରେ ରେଳବାଇ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ ପକ୍ଷରୁ କରାଯାଇଥିଲା। ଏହି ଚଢଉବେଳେ ରେଳ ଭିଜିଲାନ୍ସ ଟିମ୍ ଟିକଟ ଦଲାଲ ଅଜୟ ଧର (୩୯)କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ପାଖରୁ ଭିଜିଲାନ୍ସ ଟିମ୍ ତିନିଟି ଏସି ଟିକଟ ଓ ପ୍ରାୟ ୩ ହଜାର ଟଙ୍କା ନଗଦ ଜବତ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ଅଜୟ ଧର ସକାଳ ଦଶଟା ବେଳେ ତତ୍କାଳ ଟିକଟ ପାଇଁ କାଉଣ୍ଟରକୁ ଯାଇଥିଲେ। ଏହି ସମୟରେ ଅଜୟ ଟିକଟ କରି କାଉଣ୍ଟରରୁ ବାହାରକୁ ଆସୁଥିବାବେଳେ ରେଳ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ପରେ ରେଳ ଭିଜିଲାନ୍ସ ଅଭିଯୁକ୍ତ ଅଜୟଙ୍କୁ ରାଉରକେଲା ଆର୍ପିଏଫ୍କୁ ହସ୍ତାନ୍ତର କରିଥିଲେ। ଆଜି ଆର୍ପିଏଫ୍ ଅଜୟକୁ ରାଉରକେଲା କୋର୍ଟକୁ ଚାଲାଣ କରିଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)