ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ଭିଏମଆର ସର୍ଭେ । ଏହି ସର୍ଭେରେ କୁହାଯାଇଛି ଯେ ଏନଡିଏ ୨୭୯ଟି ଆସନ ଜିତିବ ଓ ବିରୋଧୀ ୟୁପିଏ ମୋଟ ପ୍ରାୟ ୧୪୯ଟି ଆସନ ଜିଣିବ । ଅନ୍ୟମାନେ ପ୍ରାୟ ୧୧୫ଟି ଆସନ ଜିଣିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଏନଡିଏ ଉତ୍ତରପ୍ରଦେଶରେ ୫୦ଟି ଆସନ ଜିଣିବାକୁ ସକ୍ଷମ ହେବ ଓ ସପା-ବସପା ମେଣ୍ଟ ୨୭ଟି ଆସନରେ ସନ୍ତୁଷ୍ଟ ରହିବ । ଓଡ଼ିଶାରେ ବିଜେପି ୧୨ଟି , ବିଜେଡ଼ି ୮ଟି ଆସନ ଓ କଂଗ୍ରେସ ୧ଟି ଆସନ ଜିଣିବାକୁ ସକ୍ଷମ ହେବେ । ୨୦୧୪ରେ ରାଜ୍ୟରେ ବିଜେଡି ୨୦ଟି ଆସନ ଓ ବିଜେପି ୧ଟି ଆସନ ଜିଣିଥିଲା । ସେହିପରି ପଶ୍ଚିମ ବଙ୍ଗରେ ଏନଡିଏ ୯ଟି ଓ ତୃଣମୂଳ କଂଗ୍ରେସ ୩୪ଟି ଆସନ ଜିଣିବାରେ ସକ୍ଷମ ହେବ ।