ଚନ୍ଦାହାଣ୍ଡି(ମହମ୍ମଦ ହୁସେନ ): ପୋଷ୍ଟ କାର୍ଡ ଥିଲା ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କର ସେତୁ। ନିଜ ନିଜର ଭାବନାକୁ ଲିଖିତ ଆକାର ପ୍ରଦାନ କରିବାର ମାଧ୍ୟମ ସାଜିଥିବା ପୋଷ୍ଟକାର୍ଡ ପ୍ରାୟ ହଜି ଗଲାଣି । ଯୁବ ପିଢି ଚିଠି ଲେଖିବା ସଂପୂର୍ଣ୍ଣ ଭୁଲିଗଲେଣି। ବର୍ତମାନର ସୋସିଆଲ ମିଡିଆ ଯୁଗରେ ସଂପର୍କର ସେହି ସେତୁ ଦୁର୍ବଳ ହୋଇଗଲାଣି। ବର୍ତମାନ ଯୁଗରେ କିଛି କ୍ଷଣ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସଂଯୋଗ କରାଯାଇ ପାରୁଛି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବହୁତ ଆଗେଇ ଯାଇଛି। ଯୁବ ପିଢି ନିଜକୁ ଡିଜିଟାଲ ଇଣ୍ଡିଆରେ ସାମିଲ କରି ମୋବାଇଲ , ଇଂଟରନେଟ ଜରିଆରେ ସହଜରେ ହଜାର ହଜାର କିଲୋମିଟର ଦୂରତାରେ ରହୁଥିବା ବନ୍ଧୁ ତଥା ସଂପର୍କୀୟଙ୍କ ସହ ଯୋଗାଯୋଗ କରି ପାରୁଛନ୍ତି ।
ପୋଷ୍ଟ କାର୍ଡ , ଇଂଲଣ୍ଡ ଲେଟରରେ ଚିଠି ପଠାଇବା ପରମ୍ପରା ଧୀରେ ଧୀରେ ଲୋପ ପାଇ ଗଲାଣି କହିଲେ ଚଳେ । ଫଳରେ ପୋଷ୍ଟ କାର୍ଡ ଆଉ ପୋଷ୍ଟାଲ ଷ୍ଟାମ୍ପ ବେପାର ବହୁ ମାତ୍ରାରେ କମି ଯାଇଛି । ଲେଟର ବକ୍ସ ମଧ୍ୟ ଲୋକଙ୍କ ଆଖିରୁ ଦୂରେଇ ଗଲାଣି । ପୋଷ୍ଟ ଅଫିସ ଛାଡ଼ିଦେଲେ ଆଉ କୈାଣସି ଛକରେ ବାଟରେ ଲେଟର ବକ୍ସ ଦେଖିବାକୁ ମିଳୁନାହିଁ । ଆଜିକାଲି ଅଧିକାଂଶ ଲୋକ ଇଲୋକଟ୍ରୋନିକ୍ସ ଡିଭାଇସରେ ନିଜର ବାର୍ତା ପଠାଉଥିବା ସହ ହାତଲେଖା ଛାଡି କମ୍ପୁଟରରେ ଟାଇପ କରି ଳେଖିବାକୁ ଭଲ ପାଉଛନ୍ତି । ଯାହାଫଳରେ ଯୁବ ପିଢିଙ୍କ ହାତ ଲେଖା ଅଭ୍ୟାସ ମଧ୍ୟ ଆଉ ରହୁନାହିଁ । ଆଗକାଳରେ ଯୁବ ପିଢି ଉପନ୍ୟାସ , କାହାଣୀ ବହି ,ନାଟକ ବହି ପ୍ରତି ଯେତିକି ଆକୃଷ୍ଟ ହେଉଥିଲେ ଏବେର ଯୁଗରେ ଆଣ୍ଡ୍ରଏଡ ମୋବାଇଲ ଓ ଲାପଟପ୍ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି ।
ବର୍ତମାନ ଫେସବୁକ , ହ୍ୱାଟସ୍ ଆପ ,ଟୁଇଟର ଜଗତିକରଣକୁ ନୂଆ ରୂପ ଦେଇଛି। ଏମିତିକି ଭିଡିଓ କଲିଂ ମାଧ୍ୟମରେ ଦେଶ ତଥା ବିଦେଶରେ ରହୁଥିବା ବନ୍ଧୁଙ୍କ ସହିତ କଥା ହେବା ସହ ତାର ଫଟୋ ମଧ୍ୟ ଦେଖି ପାରୁଛି । ଆଜିର ଯୁବସମାଜ ଏହାକୁ ଖାପ ଖୁଆଇ ଆଗେଇ ଚାଲିଛନ୍ତି। ଏଥିପାଇଁ ପୋଷ୍ଟକାର୍ଡରେ ହାତ ଲେଖା ଚିଠି ପ୍ରେରଣ ପରମ୍ପରା ପ୍ରାୟତଃ ହଜିଗଲାଣି। କିଛି ବର୍ଷ ପୂର୍ବେ ଗାଁ ଗଣ୍ଡାରେ ପୋଷ୍ଟ ଅଫିସରୁ ଡାକବାଲା ଆସିଲେ ତାଙ୍କୁ ଦେଖିବାକୁ ଲୋକ ରୁଣ୍ଡ ହୋଇ ଯାଉଥିଲେ। ସମସ୍ତଙ୍କ ମନରେ ଉତ୍ସାହ ପ୍ରକାଶ ପାଉଥିଲା ଡାକବାଲା ବାବୁ କାହା ପାଇଁ କଣ ଡାକ ଆଣିଛନ୍ତି । ଆଜିକାଲି ଆଉ ତାହା ଦେଖିବାକୁ ଆଉ ମିଳୁନାହିଁ । ପୋଷ୍ଟ କାର୍ଡ , ଇଂଲଣ୍ଡ ଲେଟରରେ ଚିଠି ପଠାଇବା ପରମ୍ପରା ଧୀରେ ଧୀରେ ଲୋପ ପାଇ ଗଲାଣି କହିଲେ ଚଳେ । ଫଳରେ ପୋଷ୍ଟ କାର୍ଡ ଆଉ ପୋଷ୍ଟାଲ ଷ୍ଟାମ୍ପ ବେପାର ବହୁ ମାତ୍ରାରେ କମି ଯାଇଛି । ଲେଟର ବକ୍ସ ମଧ୍ୟ ଲୋକଙ୍କ ଆଖିରୁ ଦୂରେଇ ଗଲାଣି । ପୋଷ୍ଟ ଅଫିସ ଛାଡ଼ିଦେଲେ ଆଉ କୈାଣସି ଛକରେ ବାଟରେ ଲେଟର ବକ୍ସ ଦେଖିବାକୁ ମିଳୁନାହିଁ । ଆଜିକାଲି ଅଧିକାଂଶ ଲୋକ ଇଲୋକଟ୍ରୋନିକ୍ସ ଡିଭାଇସରେ ନିଜର ବାର୍ତା ପଠାଉଥିବା ସହ ହାତଲେଖା ଛାଡି କମ୍ପୁଟରରେ ଟାଇପ କରି ଳେଖିବାକୁ ଭଲ ପାଉଛନ୍ତି । ଯାହାଫଳରେ ଯୁବ ପିଢିଙ୍କ ହାତ ଲେଖା ଅଭ୍ୟାସ ମଧ୍ୟ ଆଉ ରହୁନାହିଁ । ଆଗକାଳରେ ଯୁବ ପିଢି ଉପନ୍ୟାସ , କାହାଣୀ ବହି ,ନାଟକ ବହି ପ୍ରତି ଯେତିକି ଆକୃଷ୍ଟ ହେଉଥିଲେ ଏବେର ଯୁଗରେ ଆଣ୍ଡ୍ରଏଡ ମୋବାଇଲ ଓ ଲାପଟପ୍ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ଏଥିସହ ସରକାର ମଧ୍ୟ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଲାପଟପ୍ ଯୋଗାଇ ଦେଉଛନ୍ତି ।
ସରକାର ମଧ୍ୟ ଗ୍ରାମାଂଚଳରେ ଥିବା ପୋଷ୍ଟ ଅଫିସ ନିମନ୍ତେ ସରକାରୀ ଗୃହ ଖଣ୍ଡେ ଯୋଗଇ ଦେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଚନ୍ଦାହାଣ୍ଡି ସଦର ମହକୁମା ସମତେ ବ୍ଲକର ସମସ୍ତ ୧୪ ଗୋଟି ଗ୍ରାମ ପଂଚାୟତରେ ପୋଷ୍ଟ ଅଫିସ ରହିଛି ସତ, କିନ୍ତୁ କୌଣସି ସ୍ଥାନରେ ସରକାରୀ ଘର ଖଣ୍ଡେ ନାହିଁ। ପୋଷ୍ଟ ଅଫିସଗୁଡ଼ିକ ଚାଲିଛି ଭଙ୍ଗା ଦଦରା ଭଡ଼ାଘରେ ।