ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ୍‌ର ୧୦ ମିଟର୍‌ ପୁରୁଷ ଏୟାର୍‌ ପିସ୍ତଲ୍‌ ଚାଳନା ଚୂଡ଼ାନ୍ତ ପ୍ରତିଯୋଗିତାରେ ପ୍ରବେଶ କରିବା ଲାଗି ଭାରତର ପିସ୍ତଲ୍‌ ସୁଟର୍‌ ସୌରଭ ଚୌଧୁରୀ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଶ୍ବର ଦ୍ବିତୀୟ ପାହ୍ୟାରେ ଥିବା ସୌରଭ ୬ଟି ସିରିଜ୍‌ରେ ୫୮୬ ସଟ୍ ମାରି ଶ୍ରେଷ୍ଠ ୮ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେ ଏଥିରେ ୯୫, ୯୮, ୯୮, ୧୦୦, ୯୮ ଏବଂ ୯୭ ସ୍କୋର୍‌ ହାସଲ କରିଛନ୍ତି।

Advertisment

ପୁରୁଷ ୧୦ ମିଟର ପିସ୍ତଲ ଯୋଗ୍ୟତାର ପ୍ରଥମ ସିରିଜ୍‌ରେ ସୌରଭ ୯୫ଟି ସଟ୍‌ ମାରିଥିଲେ। ତାଙ୍କର ପ୍ରଥମ ୧୦ଟି ସଟ୍‌ ଥିଲା ୧୦, ୧୦, ୧୦, ୧୦, ୧୦, ୯, ୯, ୯, ୯, ୯, ଏବଂ ଏହା ପରେ ସେ ୧୭ଶ ପାହ୍ୟାରେ ସ୍ଥାନିତ ହୋଇଥିଲେ।

publive-image Image Courtesy of India Today

ସୌରଭଙ୍କର ଦ୍ବିତୀୟ ୧୦ଟି ସଟ୍‌ ସେଥିରେ ୯୮ ଯୋଗ କରିବାରୁ ତାଙ୍କର ସ୍ଥାନ ୯ମ ଉନ୍ନୀତ ‌ହେଲା। ତୃତୀୟ ପର୍ଯ୍ୟାୟରେ ପୁନର୍ବାର ୯୮ ସ୍କୋର୍‌ କରିବାରୁ ତାଙ୍କର ସ୍ଥାନ ୫ମକୁ ଉନ୍ନୀତ ହୋଇଥିଲା।

ଚତୁର୍ଥ ସିରିଜ୍‌ରେ ସୌରଭ ପୂର୍ଣ୍ଣାଙ୍ଗ ଭାବେ ୧୦ଟି ସଟ୍‌ ମାରି ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି, ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟରେ ସୌରଭ ୯୮ ଏବଂ ୯୭ ସଟ୍‌ ମାରି ୫୮୬ ସ୍କୋର୍‌ କରିବା ପରେ ପଦକ ପର୍ଯ୍ୟାୟକୁ ପ୍ରବେଶ କରିଛନ୍ତି।