ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଘରକୁ କୌଣସି ସ˚ପର୍କିୟ ଆସିବେ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର ବିମର୍ଶ କରିପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

ବୃଷ: ବୁଦ୍ଧିମତ୍ତାରେ କାମ କରନ୍ତୁ, ଆପଣଙ୍କର ଫାଇଦା ହେବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ଆସିବ। ସମାଜରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ମିଥୁନ: କ୍ୟାରିୟର ଗଢ଼ିବା ପାଇଁ ଭଲ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କ କିଛି କ୍ଷତି କରି ପାରିବେ ନାହିିଁ। କାରବାରରେ ଧନଲାଭ ହେବ। ପ୍ରେମ ସମ୍ବନ୍ଧୀୟ ଓ ବୈବାହିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଦେବ।

କର୍କଟ: ଆପଣ ଊର୍ଜା ଓ ଆତ୍ମବିଶ୍ବାସଭରା ରହିବେ। କୌଣସି ମହତ୍ତ୍ବ କାର୍ଯ୍ୟ ଅତିଶୀଘ୍ର ପୂରା କରିବେ। ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। କୌଣସି ବଡ଼ ଖୁସି ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ତୀ।

ସି˚ହ: ଜୀବନରେ ମଉଜ ମଜଲିସ ପାଇଁ ସୁନ୍ଦର ଅବସର ପାଇବେ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହୋଇପାରେ। ରାତିରେ ନିଦ ଭଲ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

କନ୍ୟା: ଜୀବନର ଲାଗିରହିଥିବା ସ˚ଘର୍ଷର ସମାପ୍ତ ପାଇଁ ସମୟ ଭଲ। ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶତ୍ରୁଙ୍କୁ ପରାସ୍ତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆଜି ନିଜକୁ ଊର୍ଜାବାନ ଅନୁଭବ କରିବେ। ନିଜର କାମ ଉତ୍ସାହର ସହିତ କରିବେ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

 

ବିଛା: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜିତ କରିବାକୁ ପ୍ରୟାସ କରିବେ। ବ୍ୟାବସାୟିକ କାମରେ ଧନଲାଭ ହେବ। ରାଜନୀତିରେ ପ୍ରସିଦ୍ଧି ଲାଭ କରିବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ହିଙ୍ଗୁଳା।

ଧନୁ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ବାହାରକୁ ଯିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ, ଭଲ ହେବ। ଆପଣଙ୍କର ସାମାଜିକ ପରିଧି ବଢ଼ିବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

ମକର: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭର ଯୋଗ ରହିଛି। ଚାକିରିରେ ନିଷ୍ଠାର ସହିତ କାମ କରନ୍ତୁ ଭଲ ପରିଣାମ ମିଳିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କୁମ୍ଭ: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ମନ ପ୍ରସନ୍ନ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀଗଣେଶ।

ମୀନ: ଦିନଟି ଆପଣଙ୍କ ଲାଗି ବଢ଼ିଆରହିବ। କାମ ଧନ୍ଦାରେ ମନ ଲାଗି ରହିବ। ସାହସିକ ଫଇସଲାରେ ଆପଣଙ୍କୁ ସଫଳତା ମିଳିବ। ଅଚାନକ ଖୁସି ଖବର ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର