ମେଷ: ସବୁ ପ୍ରକାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ବିଦେଶରେ ଚାକିରି ପାଇଁ ଭଲ ସୁଯୋଗ ଆସିବ। ଗୃହିଣୀମାନେ ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।
ବୃଷ: ରାଜନେତାଙ୍କୁ ସଫଳତା ମିଳିବ। ନୂଆ ଲୋକଙ୍କ ସହିତ ମିଶିବାକୁ ଚେଷ୍ଟା କରିବେ। ଦୂର ସ୍ଥାନକୁ ଯିବାର ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ।
ମିଥୁନ: ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରିପାରନ୍ତି। କାମରେ ସଫଳତା ମିଳିବ। ବ୍ୟବସାୟରେ ଭଲ ଲାଭ ହେବ। ପ୍ରିୟ ବନ୍ଧୁ ସହ ଦେଖା ହୋଇପାରେ।
କର୍କଟ: ସରକାରୀ ଚାକିରି କରୁଥିବା ଲୋକଙ୍କୁ କାମ ପାଇଁ ପ୍ରୋତ୍ସାହନ ମିଳିପାରେ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ। ପରିବାର ସହିତ ବୁଲି ଯିବାର ଯୋଜନା କରିବେ।
ସିଂହ: ଆପଣଙ୍କ ବ୍ୟବହାର ଦ୍ବାରା ଲୋକେ ପ୍ରଭାବିତ ହେବେ। ଅସଂପୂର୍ଣ୍ଣ ଥିବା ପ୍ରାଶାସନିକ କାର୍ଯ୍ୟ ସଂପୂର୍ଣ୍ଣ ହେବ। ସଙ୍ଗୀତଜ୍ଞଙ୍କୁ ନୂଆ ସଙ୍ଗୀତ ନିର୍ଦେଶନା ଦେବାର ଅବସର ମିଳିପାରେ।
କନ୍ୟା: ପରିବାରର ସ୍ଥିତି ଠିକ୍ ରହିବ। ଆପଣଙ୍କର ଆସ୍ଥା ସୁଦୃଢ଼ ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ କୌଣସି କାମ ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।
ତୁଳା: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ସମୟସୀମାକୁ ଧ୍ୟାନରେ ରଖି କାମ କରନ୍ତୁ। ଘରକୁ ବନ୍ଧୁ ଆସିବାର ସମ୍ଭାବନା ଅଛି। ଆପଣଙ୍କର ସକାରାତ୍ମକତା ଲୋକଙ୍କୁ ପସନ୍ଦ ଆସିବ।
ବିଛା: ବିଶେଷ ମଉକା ମିଳିପାରେ। ନିଜକୁ ସୁସ୍ଥ ଅନୁଭବ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଇସ୍ପାତ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ଧନୁ: ପରିଶ୍ରମର ଫଳ ମିଳିବ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବାକୁ ଚେଷ୍ଟା କରିବେ। ପିଲାମାନେ କାମରେ ସହଯୋଗ କରିବେ।
ମକର: ଜୀବନସାଥୀଙ୍କ ସମର୍ଥନ ଜୀବନରେ ଆଗକୁ ବଢ଼ିବାର ରାସ୍ତା ଦେଖାଇବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଫିସରେ ସହକର୍ମୀଙ୍କ ସହିତ ସଂପର୍କ ମଜଭୁତ ହେବ।
କୁମ୍ଭ: ଆପଣଙ୍କୁ ସମାଜରେ ଭଲ ଲୋକଙ୍କ ସହିତ ମିଶିବାର ମଉକା ମିଳିବ। ଜୀବନସାଥୀ ଖୁସିର କାରଣ ହେବେ। କାମ ଭଲଭାବେ କରିଥିବା ଯୋଗୁଁ ଆପଣଙ୍କୁ ସମ୍ମାନିତ କରାଯିବ।
ମୀନ: ସରକାରୀ କାମ ସଂପୂର୍ଣ୍ଣ କରିବା ଲାଗି ସମୟ ଲାଗିବ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ନେବା ଉଚିତ। ବ୍ୟବସାୟିକ ଚୁକ୍ତି ଭାବିଚିନ୍ତି କରନ୍ତୁ। ପିଲା ଖେଳଣା କିଣିବା ପାଇଁ ଜିଦ୍ କରିବେ।