ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ବ୍ୟବସାୟ ସମ୍ବନ୍ଧରେ ଜୀବନସାଥୀଙ୍କ ସହିତ ଆଲୋଚନା କରି ପାରନ୍ତି। ଦୀର୍ଘ ଦିନର ଅଟକିଥିବା ପଇସା ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

ବୃଷ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ଛାତ୍ରଙ୍କୁ ଶୁଭଫଳ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଅମ୍ବିକା।

ମିଥୁନ: ଦିନଟି ସାଙ୍ଗ ଓ ପରିବାର ସହିତ କଟିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ସମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ନୂଆ ଆୟର ସ୍ରୋତ ମିଳିପାରେ। ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: କ୍ୟାରିଅରର ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବୀଶେଷଙ୍କୁ ସମ୍ମାନ ମିଳିବ। ଘରର ସୁଖ ଶାନ୍ତି ବୃଦ୍ଧି ହୋଇପାରେ। ଶୁଭରଙ୍ଗ: କମଳାରଙ୍ଗ। ଆରାଧନା: ମାଆ ଦୁର୍ଗା।

କନ୍ୟା: କ୍ୟାରିଅର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। ବ୍ୟବସାୟର ଶୀଘ୍ର ଫଇସଲାରେ ଲାଭ ମିଳିବ। ପିତା-ମାତା କୌଣସି ଜରୁରୀ କାମ ପୂରା କରି ନେବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆଜି ଆପଣଙ୍କର ଅଶାନ୍ତି ଟିକେ ବଢ଼ିପାରେ। କୌଣସି ମାମଲାରେ ଫଇସଲା ନେବାର ଅସୁବିଧା ହୋଇପାରେ। ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହିଁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

 

ବିଛା: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ସମ୍ବନ୍ଧୀୟ କାମରେ ଯାତ୍ରା କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଅଚାନକ ଧନଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ଧନୁ: ଆପଣ ପୂରାଦିନ ନୂଆ ଊର୍ଜା ଭରା ରହିବେ। ଅଫିସ ଆଲୋଚନାରେ ଆପଣଙ୍କ କଥାକୁ ଠିକ୍‌ ଭାବେ ରଖିପାରିବେ। ବ୍ୟବସାୟୀଙ୍କୁ ବଡ଼ ସଫଳତା ମିଳିପାରେ। ରାଜନୈତିକ ମହତ୍ବାକା˚କ୍ଷା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଆପଣଙ୍କ କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ଆପଣଙ୍କ ଠାରୁ ବଡ଼ଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ଚାକିରିରେ ଦାୟିତ୍ବ ବଢ଼ିବ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ। ମହିଳାଙ୍କୁ ପରିବାରର ପୂରା ସହଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନ: ସ୍ଥଗିତ ଥିବା କାମ ସମାପନ କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ମଜଭୁତ ହେବ। ଡ଼ାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଜୀବନସାଥୀଙ୍କ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

ସମ୍ବନ୍ଧିତ ଖବର