ମେଷ: ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। କୌଣସି ମିତ୍ରଙ୍କ ସହିତ ଲାଗି ରହିଥିବା ତିକ୍ତତା ଶେଷ ହେବ। ଜମି ଦଲାଲଙ୍କ ସହିତ ନୂଆ ସଉଦା ଚୂଡ଼ାନ୍ତ ହେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।
ବୃଷ: ଆପଣଙ୍କ ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସାମନାକୁ ଆସିବା ବ୍ୟକ୍ତିଙ୍କର ମାନସିକତାକୁ ଅତିଶୀଘ୍ର ବୁଝିନେବେ। ସାମାଜିକ କାର୍ଯ୍ୟରେ ଭାଗ ନେବେ। କବି ଲୋକ କୌଣସି ନୂଆ କବିତା ରଚନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀଗଣେଶ।
ମିଥୁନ: କାରବାରୀଙ୍କ ଲାଗି ଦିନଟି ଲାଭପ୍ରଦ। କୌଣସି ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ପାଇବେ। ସମାଜରେ କୌଣସି ସ˚ଗଠନ ଆରମ୍ଭ କରିବା ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ପ୍ରଭାବକାରୀ ରହିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।
/sambad/media/post_attachments/wp-content/uploads/2017/11/singha.jpg)
ସି˚ହ: ଆଜି ଆପଣ ନୂଆ ଊର୍ଜାର ସହିତ କାମ କରିବେ। କାମ ସମୟ ପୂର୍ବରୁ ପୂରା ହୋଇପାରେ। କଳାକାରଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭାର ଲୋକଙ୍କୁ ପ୍ରେରଣା ମିଳିବ। ବନ୍ଧୁମାନଙ୍କ ସହିତ ଆପଣଙ୍କର ଭଲ ସମୟ ବିତିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନର ପରିବର୍ତ୍ତନ ଆସିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।
ତୁଳା: ଭାଗ୍ୟ ଆପଣଙ୍କୁ ସାଥ ଦେବ। କୌଣସି କାମରେ ପରିଶ୍ରମର ଫଳ ମିଳିବ। ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ସକାରାତ୍ମକରେ ନେବେ। ବିଦେଶରେ ଥିବା ସ˚ପର୍କିୟଙ୍କଠାରୁ ଶୁଭ ଖବର ପାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କୀଚକେଶ୍ବରୀ।
ବିଛା: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। କାହାରି ଉପରେ ତୁରନ୍ତ ଭରସା କରନ୍ତୁ ନାହିଁ। ଅଶାନ୍ତି ବଢ଼ିବ। ଚାକିରି ବା ବ୍ୟବସାୟ ସମ୍ବନ୍ଧରେ ବଡ଼ ଫଇସଲା ନେଇପାରନ୍ତି। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।
ଧନୁ: ଆପଣଙ୍କର ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ଅଫିସରେ କୌଣସି ସିନିଅରଙ୍କ ସହାୟତାରେ ସ୍ଥଗିତ ଥିବା କାମ ପୂରା ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।
ମକର: ଧର୍ମ କାର୍ଯ୍ୟରେ ସମୟ ବିତିବ। ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। କୌଣସି କଥାକୁ ନେଇ ସ୍ମିତହସର ନଜର ଆସିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଲିଙ୍ଗରାଜ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ସମସ୍ୟାର ସମାଧାନ ନୂଆ କୌଶଳରେ କରିନେବେ। ଭଲ ଓକିଲଙ୍କ ସହଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରସିଦ୍ଧି ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।
ମୀନ: ଆଜି ଆପଣଙ୍କୁ ସାମାନ୍ୟ ପରିଶ୍ରମରେ ବଡ଼ ଲାଭ ମିଳିବ। ପୁରୁଣା ବିବାଦ ରଫା ହୋଇଯିବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ନୂଆ ଜମି ବା ଘର କିଣିବା ଲାଗି ଯୋଜନା କରିବେ। ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ବାସରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Zodiac-Design_Tommorrow-copy-750x430-1-4.jpg)