ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ଆପଣଙ୍କ ରାୟ ରଖିବାରେ ପୂରା ସୁଯୋଗ ମିଳିବ। କାରବାରୀଙ୍କୁ ବିଶେଷ ଲାଭ ହେବ। ବନ୍ଧୁ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗିପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କାହାରିକୁ କୌଣସି କଥା ବୁଝାଇବାରେ ସଫଳ ହେବେ। ସମାଜରେ ପ୍ରତିପତ୍ତି ବଢ଼ିବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହିତ ଦିନଟି ଭଲରେ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ମିଥୁନ: ନିଜ ଲକ୍ଷ୍ୟକୁ ପୂରା କରିବା ଦିଶାରେ କାମ କରିବେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କୁ ମାତା ପିତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ସନ୍ଧ୍ୟାରେ ଘରକୁ ଅତିଥି ଆସିବାର ସମ୍ଭାବନା। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କାଳୀଜାଈ।

ସି˚ହ: ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ବଡ଼ ଅଧିକାରୀଙ୍କର ସହଯୋଗ ମିଳିବ। କାମ ଲାଗି ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

 

କନ୍ୟା: ଆପଣଙ୍କର ଚଞ୍ଚଳ ସ୍ବଭାବ ଲାଗି ଆପଣ ଅଶାନ୍ତି ହୋଇପାରନ୍ତି। କାହାରି ସହିତ କଥାବର୍ତ୍ତା କରିବା ସମୟରେ ଭାବିଚିନ୍ତି କଥା କୁହନ୍ତୁ। ସରକାରୀ କାମରେ ବାଧା ଆସିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଭାବିଥିବା କାମ ନିର୍ଦ୍ଦିଷ୍ଟ ସମୟରେ ପୂରା ହୋଇଯିବ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

 

ବିଛା: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ବରୀ।

 

ଧନୁ: ଆଜି ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ। ଭାବିଥିବା ସବୁ କାମ ପୂରା ହୋଇଯିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କ˚ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

 

ମକର: ଆଜି କିଛି କାମ ଆପଣଙ୍କ ଇଚ୍ଛା ଅନୁସାରେ ହୋଇନପାରେ। ସ˚ପର୍କିୟ ଓ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

କୁମ୍ଭ: ସାରା ଦିନ ନୂଆ ଊର୍ଜାରେ ଭରି ରହିବେ। ଭାଗୀଦାରିଙ୍କ ସଙ୍ଗରେ ରହି କାମ କରିବାର ସକ୍ଷମ ହେବେ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ବର।

ମୀନ: ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। ନୂଆ ପରିଯାଜନାରେ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର