ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ପରିଯୋଜନା ଉପରେ କଥା ହେବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିମଳା।

ବୃଷ: ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିବ। ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ବେପାରିବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ। ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ସକାରାତ୍ମକ ଭାବନାରେ ଧୢାନ କେନ୍ଦ୍ରୀଭୂତ କରନ୍ତୁ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେନାହିଁ। କୌଣସି ମିତ୍ରଙ୍କ ମାଧୢମରେ ଆପଣଙ୍କ କାମ ପୂରା ହେବ। ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦଦାୟକ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଆଜି ଆପଣଙ୍କର ଊର୍ଜାର ସ୍ତର ଭଲ ରହିବ। କାମକୁ ଅତିଶୀଘ୍ର ଶେଷ କରିବା ଲାଗି ଉପାୟ ମିଳିବ। କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହିଛି। କ୍ରିକେଟ ଖେଳାଳି ବଢ଼ିଆ ପ୍ରଦର୍ଶନ କରିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ କଛି ଫାଲତୁ ବିବାଦ ହୋଇପାରେ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଧୢାତ୍ମିକ ଭାବନାରେ ଅଧିକ ସମୟ ବ୍ୟୟ କରିବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ହେତୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାର୍ବତୀ।

ତୁଳା: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ନୂଆ ଉପକ୍ରମ ଶୁଭାରମ୍ଭ କରନ୍ତୁ, ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ସମୟ ଦେବେ। ପାରିବାରିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା କପିଳାସ।

 

ବିଛା: ଦିନଟି ଆପଣଙ୍କ ଅନୁକୂଳ ରହିବ। ଆପଣ ବହୁତ କାମ ଦିମାକରେ ସମାଧାନ କରିନେବେ। ଅଫିସରେ ଅଧିକାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ଧନୁ: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ବିଭିନ୍ନ ପ୍ରକାର ସ୍ଥିତିରେ ମୁକାବିଲା କରିବାର ସକ୍ଷମ ହେବେ। ଅଫିସରେ ଏଭଳି ସୁଯୋଗ ମିଳିବ ଯାହା ଦ୍ବାରା ଆପଣଙ୍କର ଯଥେଷ୍ଟ ଲାଭ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 

ମକର: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। କାମରେ ଆପଣଙ୍କର ଆତ୍ମବିଶ୍ବାସର ଝଲକ ଦେଖାଦେବ। ବେପାର ମାମଲାରେ ମନରେ ନୂଆ ନୂଆ ବିଚାର ଆସିବ। ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ପରିବାର ଠାରୁ ଆଶୀର୍ବାଦ ପାଇବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। କୋର୍ଟ କଚେରି ମାମଲାରେ ବିଜୟ ଆପଣଙ୍କର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଆଖଣ୍ତଳମଣି।

ମୀନ: କୌଣସି ମାମଲାରେ ଆପଣ ଅଧିକ ବ୍ୟବହାରିକ ହେବେ। ବନ୍ଧୁଙ୍କ ସହଯୋଗ ମିଳିବା ହେତୁ ଖୁସି ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଓକିଲଙ୍କ ପାଇଁ ଦିନଟି ଠିକ୍‌ ରହିବ। ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ସମ୍ବନ୍ଧିତ ଖବର