ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ଅନୁଭବୀ ବ୍ୟକ୍ତିଙ୍କ ରାୟ ଆପଣଙ୍କ ଲାଗି ବଢ଼ିଆ ହେବ। କାନୁନ ମାମଲା ସହଜରେ ସମାଧାନ ହୋଇଯିବ। ଜୀବିକା ସମ୍ବନ୍ଧିତ ଭଲ ଖବର ପାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବୃଷ: ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସନ୍ତୋଷୀମାତା।

ମିଥୁନ: ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। କ୍ୟାରିଅର ସମ୍ବନ୍ଧୀୟ ନୂଆ ଅବସର ମିଳିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଉଚ୍ଚପଦ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

କର୍କଟ: ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ବ୍ୟବସାୟରେ ଉଠାଣ-ଗଡ଼ାଣ ଲାଗି ରହିବ। ପିଲାମାନେ ବନ୍ଧୁଙ୍କ ସହିତ ଉଦ୍ୟାନକୁ ଖେଳିବାକୁ ଯିବେ। ଖର୍ଚ୍ଚ ବଢ଼ିବା ହେତୁ ଆପଣ ଟିକେ ବିରକ୍ତି ରହିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହଛି। ସବୁ କାମ ଆପଣଙ୍କ ମନମୁତାବକ ହେବ। ସଉଦାରେ ଆଶାଠୁଁ ଅଧିକ ଧନଲାଭ ହେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 

କନ୍ୟା: କୌଣସି ଯୋଜନା ସମୟ ପୂର୍ବରୁ ପୂରା ହୋଇ ଯିବାରୁ ଖୁସି ହେବେ। ସାମୂହିକ ଆୟୋଜନକୁ ଯାଆନ୍ତୁ, ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବ। ଅଫିସ କାମରେ ସମସ୍ତଙ୍କ ସହଯୋଗ ପାଇବେ। ବେପାରରେ ଫାଇଦା ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଗାୟତ୍ରୀ।

ତୁଳା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଧର୍ମ ପୁସ୍ତକ ଆଦି କିଣିବେ। ଉନ୍ନତି ଲାଗି ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

 

ବିଛା: ପୂରା ଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ଆପଣଙ୍କ ସାମନାକୁ କୌଣସି ଆହ୍ବାନ ଆସିବ। ପଇସା ନେଣେଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମିକ-ପ୍ରେମିକା କୌଣସି କଥାକୁ ନେଇ ଟିକେ ଅଶାନ୍ତିରେ ରହିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

 

ଧନୁ: ଦିମାକରେ ଲାଗିରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କୌଣସି ଜରୁରୀ କାମ ପୂରା ହେବ। ଧନଲାଭର ଯୋଗ ରହିଛି। ଫିଲ୍ମ କଳାକାରଙ୍କୁ ବଢ଼ିଆ ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ମକର: କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ। ମିତ୍ରଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଜୀବନସାଥୀଙ୍କ ଠାରୁ କୌଣସି ଶୁଭ ଖବର ପାଇବେ। ଛାତ୍ରଙ୍କ କ୍ୟାରିଅରରେ ବଡ଼ ସଫଳତା ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଅଫିସରେ ଆପଣଙ୍କୁ ବିଶେଷ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଢ଼ିଆ ରହିବ। କାରବାରରେ କୌଣସି ଜରୁରୀ କାମ ପୂରା ହେବ। ପ୍ରେମ ବ୍ୟବହାରରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

ମୀନ: ଆପଣଙ୍କ କାମକୁ ନେଇ କୌଣସି ନୂଆ ବିଚାର ସୃଷ୍ଟି ହୋଇପାରେ। କିଛି ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଯେଉଁ ଛାତ୍ରମାନେ ପାର୍ଟ ଟାଇମ(ଅ˚ଶକାଳିକ) ଚାକିରି କରିବା ଲାଗି ଭାବୁଛନ୍ତି ସେମାନଙ୍କୁ ଆଜି ଭଲ ସୁଯୋଗ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର