ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ, ମନକୁ ଶାନ୍ତି ମିଳିବ। ଭାବିଥିବା ସବୁ କାମ ପୂରା ହେବ। ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। କାରବାରୀଙ୍କୁ ଧନଲାଭ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ବୈବାହିକ ଜୀବନ ଭଲ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ବର।

ବୃଷ: ଜୀବନସାଥୀଙ୍କ ସହିତ କୌଣସି ବିଷୟ ଉପରେ ଲମ୍ବା ସମୟ ଧରି କଥାବର୍ତ୍ତା ହେବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଶତ୍ରୁ ଓ ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ସବୁ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଲାଭ ଏବ˚ ଉନ୍ନତି ଯୋଗ ପ୍ରବଳ ରହିଛି। ଅଫିସରେ ବଡ଼ ଅଧିକାରୀମାନଙ୍କ ସହଯୋଗ ପାଇବେ। ବେକାରଙ୍କୁ ରୋଜଗାର ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

କର୍କଟ: ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆପଣ କୌଣସି ପୁରୁଣା କଥାକୁ ନେଇ ଚିନ୍ତାରେ ରହିପାରନ୍ତି। ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ଘରକୁ ଅଚାନକ ଅତିଥି ଆସିପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଅମ୍ବିକା।

କନ୍ୟା: ଧର୍ମକର୍ମରେ ରୁଚି ରହିବ। ମାତା-ପିତାଙ୍କ ରାୟରେ ଲକ୍ଷ୍ୟ ହାସଲ ହେବ। କାରବାରରେ ଧନଲାଭ ହେବାର ସମ୍ଭାବନା। ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: ଧଳା। ଆରାଧନା:ମାଆ କାଳୀଯାଈ।

ତୁଳା: ଧନ ସ˚ପଦ ମାମଲାର ପ୍ରୟାସରେ ସଫଳ ହେବେ। ଜୀବନସାଥୀଙ୍କ ସହଯୋଗ ସ˚ପୂର୍ଣ୍ଣରୂପେ ପାଇବେ। ଅଫିସର କାମ ସମ୍ବନ୍ଧୀୟ ଯାତ୍ରାରେ ଯାଇପାରନ୍ତି। ଆପଣଙ୍କୁ କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀମାତା।

ବିଛା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଜରୁରୀ କାମରେ ମାତା-ପିତାଙ୍କ ସହଯୋଗ ପାଇବେ। ନୂଆ ସ୍ରୋତରୁ ଆପଣଙ୍କୁ ଧନପ୍ରାପ୍ତି ହେବ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ। ଛାତ୍ରଙ୍କୁ ଆଜି ପରିଶ୍ରମର ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଆପଣଙ୍କର ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଆପଣ ନିଜ ପରିଶ୍ରମ ଜାରି ରଖନ୍ତୁ। ଅନ୍ୟମାନଙ୍କ ସହିତ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ସୂର୍ଯ୍ୟଦେବ।

ମକର: ଆପଣଙ୍କୁ ଭାଗ୍ୟର ସ˚ପୂର୍ଣ୍ଣରୂପେ ସାଥ ମିଳିବ। ଭାବିଥିବା ସବୁ କାମ ମନ ମୁତାବକ ପୂରା ହେବ। ଦିନଟି ପ୍ରେମ ସମ୍ବନ୍ଧ ଲାଗି ଭଲ ରହିବ। ପ୍ରିୟ ବନ୍ଧୁଙ୍କ ସହିତ ମଧୢାହ୍ନ ଭୋଜନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବାର ସମ୍ଭାବନା। ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ମୀନ: ଧର୍ମକର୍ମ କରନ୍ତୁ ଲାଭ ମିଳିବ। ପ୍ରିୟବନ୍ଧୁ ଆପଣଙ୍କ କଥାକୁ ସହଜରେ ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ପୂର୍ବରୁ କରିଥିବା ଯୋଜନାରୁ ଲାଭ ମିଳିବ। ସନ୍ତାନଙ୍କର ଉନ୍ନତି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର