ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର କୌଣସି ଇଚ୍ଛା ପୂରା ହେବ। ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ରହିବ। ଘରକୁ ଅତିଥି ଆସିବା ହେତୁ ଖୁସିର ମାହୋଲ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଧବଳେଶ୍ବର।

ବୃଷ: ଆଜି କୌଣସି ବଡ଼ ଫଇସଲା ନେବାରେ ନିବୃତ୍ତ ରହନ୍ତୁ। କାହାରି ସହିତ କଥାବର୍ତ୍ତା ସମୟରେ ଶବ୍ଦ ଉପରେ ଧୢାନ ରଖନ୍ତୁ। ଅଫିସ୍ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ଆଜି ଆପଣଙ୍କୁ ଭାଗ୍ୟର ସ˚ପୂର୍ଣ୍ଣରୂପେ ସାଥ ମିଳିବ। ରାଷ୍ଟ୍ରୀୟ ସ୍ତରର ନେତାଙ୍କ ସହିତ ମିଶିବାର ଅବସର ପାଇବେ। କାମ ଓ ପରିଶ୍ରମରୁ ପୂରା ଲାଭ ମିଳିବ। ଛାତ୍ରମାନେ ପଢ଼ିବା ଓ ଖେଳକୁଦରେ ଭାଗ ନେବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ସନ୍ତୋଷୀମାତା।

କର୍କଟ: ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ। ମନ ମୁତାବକ କାମ ହେବାରୁ ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ଇଷ୍ଟଦେବ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଶ˚ସା ହେବ। ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ କାଳୀଜାଈ।

କନ୍ୟା: ଧାର୍ମିକ ଭାବନାରେ ଅଧିକ ସମୟ କଟିବ। ବ୍ୟବସାୟରେ ନୂଆ ସମ୍ଭାବନା ଖୋଜିବେ। ଆପଣଙ୍କୁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ଦାଂପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆପଣଙ୍କ ମନରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। ଭବିଷ୍ୟତକୁ ବଢ଼ିଆ କରିବା ଲାଗି ନୂଆ ପଦକ୍ଷେପ ନେବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ଖୁସି ପ୍ରାପ୍ତ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭୈରବୀ।

ବିଛା: କମ୍‌ କଥା କହିଲେ ଲୋକଙ୍କ ନଜରରେ ଆସିବେ। ଆପଣଙ୍କ ଘରୋଇ କାମ ଭଲରେ ପୂରା ହେବ। ବ୍ୟବସାୟ ବିକଶିତ କରିବା ଲାଗି ଅଧିକ ଧୢାନ ଦେବେ। ଆପଣଙ୍କର ଆର୍ଥିକ ପକ୍ଷ ମଜଭୁତ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

ଧନୁ: ଦିନଟି ଅନୁକୂଳ ରହିବ। କୌଣସି ଖାସ୍‌ କାମରେ ଆପଣଙ୍କୁ ଫାଇଦା ମିଳିପାରେ। ଆପଣଙ୍କ ଭଲ ବ୍ୟବହାର ପାଇଁ ଅଫିସର ଲୋକ ପ୍ରଭାବିତ ହେବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ସଙ୍ଗୀତ ଶୁଣିବା ପାଇଁ ମନରେ ଆଗ୍ରହ ବଢ଼ିବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ମାଆ ଦୁର୍ଗା।

ମକର: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଭାବିପାରନ୍ତି। ବ୍ୟବସାୟ ବୃଦ୍ଧି ଲାଗି ନୂଆ ପରାମର୍ଶ ମିଳିପାରେ। ପରିବାର ସହିତ ଭ୍ରମଣରେ ଯିବା ଯୋଜନା କରିପାରନ୍ତି। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: କ୍ରୀମ। ଆରାଧନା: ବାବା ଆଖଣ୍ତଳମଣି।

କୁମ୍ଭ: ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥୀରେ ରହିବ। କୌଣସି କାମରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ଲାଭ ମିଳିବ। ଚାକିରିଆଙ୍କୁ ଶୁଭ ଖବର ମିଳିବ। ଛାତ୍ରଙ୍କୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମୀନ: ଚାକିରିଆଙ୍କ ପାଇଁ ଦିନଟି ଭଲ। କ˚ପାନିରେ ଆପଣଙ୍କୁ କୌଣସି ସୁବିଧା ମିଳିପାରେ। ବେପାର ବୃଦ୍ଧି ଲାଗି ଯାତ୍ରା କରିବାକୁ ପଡ଼ିପାରେ। ମହିଳାମାନଙ୍କୁ ପରିଶ୍ରମର ବଳ ଉପରେ ସଫଳତା ମିଳିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର