ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନ ବୁଝିବାରେ ସାହାଯ୍ୟ ମିଳିବ। ପାରିବାରିକ ମାହୋଲରେ ପ୍ରସନ୍ନତା ବଜାୟ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମହାଦେବ।

ବୃଷ: କାମ ଧନ୍ଦାରେ ସାବଧାନତା ଅବଲମ୍ବନ କରିବାରେ ଆବଶ୍ୟକତା ରହିଛି। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ନ୍ୟସ୍ତ କରନ୍ତୁ ନାହିଁ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଖୋଦ୍‌କୁ ପ୍ରମାଣିତ କରିବା ଲାଗି କୌଣସି ସୁଯୋଗ ମିଳିବ। କାରବାରରେ କିଛି ଲୋକ ସହାୟକ ହେବେ। ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

କର୍କଟ: ପୁରୁଣା କାମ ପୂରା କରିବା ଲାଗି ଦିନଟି ଭଲ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ। ଆପଣଙ୍କୁ କୌଣସି ମହତ୍ବପୂର୍ଣ୍ଣ ସମାଚାର ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

ସି˚ହ: ବ୍ୟାଙ୍କ ଋଣର ଅସୁବିଧା ଆଜି ସମାଧାନ ହୋଇପାରେ। କାରବାରିଙ୍କୁ ଯଥେଷ୍ଟ ଲାଭ ହେବ। ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ। ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଦୁର୍ଗା।

କନ୍ୟା: ଦିନଟି ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ। ଯାହା ବି କାମ କରିବେ ଖୁବ୍‌ ଆରାମରେ ପୂରା କରିବେ। ଅଫିସରେ କୌଣସି ବଡ଼ ଡ଼ିଲ୍‌ କରିବାର ସୁଯୋଗ ମିଳିପାରେ। ନୂଆ ଜମି କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: କାମ ପ୍ରତି ଆପଣଙ୍କର ଉତ୍ସାହ ବୃଦ୍ଧି ହେବ। କ˚ପାନିରେ ଆପଣଙ୍କୁ କୌଣସି ସୁବିଧା ମିଳିପାରେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ। ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବେପାରି ବର୍ଗଙ୍କୁ ଅଚାନକ ଧନଲାଭ ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ଧନୁ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଅଫିସ ପରିବେଶ ଆପଣଙ୍କୁ ଖୁସି କରାଇବ। କବିମାନେ ନୂଆ କବିତା ରଚନା କରିବେ। ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀଗଣେଶ।

ମକର: କୌଣସି ବ୍ୟାପାରକୁ ନେଇ ମନ ଅସ୍ଥିର ହୋଇପାରେ। ବିରୋଧୀଙ୍କ ପ୍ରତି ସତର୍କ ରହନ୍ତୁ। ରାଜନୀତିରେ ନେତୃତ୍ବ ବଜାୟ ରଖିବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ପାରିବାରିକ ମାମଲାକୁ ନେଇ ଚଳଚଞ୍ଚଳ ବଢ଼ିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ଆଜି ଆପଣ ସତ୍ୟର ସାଥ ଦେବେ। ଆପଣଙ୍କ ବ୍ୟବହାର ଦେଖି ଶତ୍ରୁ ବି ବନ୍ଧୁ ହୋଇଯିବେ। ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ଚାକିରିରେ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆପଣଙ୍କର ଧୢାନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଆଇନ୍‌ କାନୁନ ମାମଲା ସମାଧାନ ହୋଇପାରେ। ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଛାତ୍ରଙ୍କୁ କୌଣସି ମିତ୍ର ସାହାଯ୍ୟ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର