ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। କାହାରି ସହିତ ଭାଗୀଦାର କରିବା ଲାଗି ଦିନଟି ଭଲ। ବ୍ୟବସାୟର ସଉଦା ପାଇଁ ରାଜ୍ୟ ବାହାରକୁ ଯାଇପାରନ୍ତି। ନାରାଜ ଥିବା ମିତ୍ର ବନ୍ଧୁତାର ହାତ ବଢ଼ାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ରାଜନୀତିଜ୍ଞ ଲାଗି ଦିନଟି ସୁଫଳ ଦେବ। ସରକାରୀ ଚାକିରିଆ ପ୍ରମୋଶନ ଲାଗି ଯୋଜନା କରନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ରାମଚଣ୍ତୀ।

ମିଥୁନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ସ˚ପତ୍ତି ସମ୍ବନ୍ଧୀୟ ମାମଲାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଉତ୍କୃଷ୍ଟ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀଗଣେଶ।

କର୍କଟ: ଚାକିରି ବୃତ୍ତିରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଜରୁରୀ କାମ ଅନ୍ୟମାନଙ୍କ ଭରସା ଉପରେ ନ୍ୟସ୍ତ କରନ୍ତୁ ନାହିିଁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

ସି˚ହ: ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। କ୍ଷୁଦ୍ର ଉଦ୍ୟୋଗରେ ନିବେଶ ଲାଗି ଦିନଟି ଭଲ। ରାଜନୀତିରେ ସକ୍ରିୟତା ବଢ଼ିପାରେ। ବିରୋଧୀଙ୍କ ସହିତ ଦୃଢ଼ ମୁକାବିଲା କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

କନ୍ୟା: ଆଜି କିଛି ନୂଆ କାମ କରିବେ। ସାମାଜିକ ସ୍ତରରେ ଆପଣଙ୍କର ଲୋକ ପ୍ରିୟତା ବଢ଼ିବ। ବେପାର ବଣିଜରେ ଆଶାଜନକ ଫଳ ପାଇବେ। ଆପଣଙ୍କୁ ପାରିବାରିକ ସୁଖ ପ୍ରାପ୍ତି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଖୁସିରେ ଭରା ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆପଣଙ୍କର ଦିନଟି ପୂର୍ବ ଅପେକ୍ଷା ବହୁତ ଭଲ ରହିବ। ଅଫିସରେ ଆପଣଙ୍କୁ ଅଧିକ କାମ ମିଳିପାରେ। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: କୌଣସି କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ନୂଆ ବ୍ୟକ୍ତିଙ୍କ ସହିତ ବନ୍ଧୁତା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଶାରଳା।

ଧନୁ: କୌଣସି କାମରେ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। କାରବାରିଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: କୌଣସି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅନ୍ୟ ଲୋକମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ରହିବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଠିକ୍‌ ରହିବ। ଛାତ୍ରଙ୍କୁ ସହପାଠୀଙ୍କ ସାହଯ୍ୟ ମିଳିବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଦିନଟି ଖୁସି ଭରା ରହିବ। ଆପଣଙ୍କୁ ସାଥୀର ପୂରାପୂରି ସହଯୋଗ ମିଳିବ। ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି କଲ୍ୟାଣକାରୀ ହେବ। ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ମିଳିବ। ଛାତ୍ରଙ୍କୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

ମୀନ: ସକାରାତ୍ମକ ଭାବନାରେ ରହିଲେ ହିିଁ କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ଟ୍ରାଭେଲ ଏଜେନ୍‌ସି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଭଲ। ନୂଆ ଜମି କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର