ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ। କାହାରି ସହିତ କଥାବାର୍ତ୍ତା ବେଳେ ବିନମ୍ର ଭାବ ରଖନ୍ତୁ। ପଇସା ସମ୍ବନ୍ଧୀୟ ଫଇସଲା ଭାବିଚିନ୍ତି ନିଅନ୍ତୁ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ସନ୍ତାନ ଆପଣଙ୍କୁ ଶୁଭ ସମାଚାର ଦେବେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମହାଦେବ।

ମିଥୁନ: ପ୍ରଭୁଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଜରୁରୀ କାମ ସ˚ପୂର୍ଣ୍ଣ କରିବା ଲାଗି ସାନି ଯୋଜନା ପ୍ରସ୍ତୁତ କରିବେ। ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ। ଘର ଲୋକଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କର୍କଟ: ଜୀବନସାଥୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ। ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ସାଇରାମ।

ସି˚ହ: ଆପଣଙ୍କର ପ୍ରତ୍ୟେକ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ। ସାଇ ପଡ଼ିଶା ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ। ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

କନ୍ୟା: ଆପଣଙ୍କର ସବୁ କାମ ସମୟରେ ପୂରା ହୋଇଯିବ। ଆୟର ନୂଆ ସ୍ରୋତ ମିଳିବ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଆଜି ମଧୁରତା ବଦଳି ଯିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନାରେ ପୀଡ଼ା ଦୂର ହେବ। ଧନଲାଭର ନୂଆ ରାସ୍ତା ନଜର ଆସିବ। ବିବାହିତ ବାହାରକୁ ବୁଲି ଯିବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।

ବିଛା: ଦିନଟି ଭଲ ରହିବ। ଜରୁରୀ କାମ ପୂରା ହେବାର ନଜର ଆସିବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। ଘରକୁ ମିତ୍ରଙ୍କ ଆଗମନ ହେତୁ ଖୁସିର ମାହୋଲ ହେବ। ଛୋଟ ପିଲାମାନେ ପଢ଼ିବାରେ ରୁଚି ନେବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

ଧନୁ: ମେକାନିକାଲ୍‌ ଇ˚ଜିନିୟରଙ୍କ ଲାଗି ସଫଳତାର ଦିନଟିଏ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମକର: ସାରାଦିନ ଖୁସି ମନରେ ରହିବେ। କାରବାରରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ଯାହାଙ୍କ ଠାରୁ ସାହାଯ୍ୟ ଆଶା କରିବେ ତାହା ସଫଳ ହେବ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପରିବାରର ସବୁ ସଦସ୍ୟଙ୍କ ମଧୢରେ ପ୍ରେମ ବଢ଼ିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଆପଣଙ୍କର ଅଧିକ ସମୟ ପରିବାର ଲୋକଙ୍କ ସହିତ କଟିବ। କାରବାରରେ ଆପଣଙ୍କୁ ଲାଭ ହି ଲାଭ ହେବ। ଅଫିସରେ ଯେଉଁ କାମ କରିଛନ୍ତି ତାର ଶ୍ରେୟ ଅନ୍ୟ କାହାରକୁ ଦିଅନ୍ତୁ ନାହିିଁ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

ମୀନ: ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। କାରବାରରେ ଅଚାନକ ଲାଭ ହେବାର ଯୋଗ ରହିଛି। ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ। ପତି ପତ୍ନୀଙ୍କ ମଧୢରେ ପ୍ରେମ ଭାବ ବୃଦ୍ଧି ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର