ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଉତ୍ସାହରେ ଭରି ରହିବେ। ଚାକିରିଆଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ବେପାରୀଙ୍କୁ ଧନଲାଭ ହେବ। ସ˚ପର୍କିୟଙ୍କ ସହ ମିଶିବାର ଯୋଗ ରହିଛି। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨।

ବୃଷ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ଅଫିସରେ ନୂଆ ପରିଯୋଜନାର ଦାୟିତ୍ବ ପାଇବେ। ଶୁଭରଙ୍ଗ: ଇଷତ୍ ହଳଦିଆ। ଶୁଭ ସ˚ଖ୍ୟା: ୫।

ମିଥୁନ: ମାତା-ପିତାଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ହେବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

କର୍କଟ: ଆତ୍ମବିଶ୍ବାସ ବୃଦ୍ଧି ହେବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ପରିଜନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୬।

ସି˚ହ: ବ୍ୟବସାୟରେ ବିସ୍ତାର ପାଇଁ ବିଚାର କରିବେ। ଆପଣଙ୍କୁ କୌଣସି ଭଲ ଖବର ମିଳିବ। ବନ୍ଧୁଙ୍କ ପାଇଁ ଉତ୍ତମ ଭୂମିକା ନିର୍ବାହ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

କନ୍ୟା: ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବେ। ଅଫିସରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ସୁଯୋଗ ମିଳିବ। ଦାଂପତ୍ୟ ସମ୍ବନ୍ଧ ସୁଧୁରିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ତୁଳା: ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ନିଜର କାମ ଧୈର୍ଯ୍ୟ ଧରି କରନ୍ତୁ, ଲାଭ ହେବ। ବ୍ୟବସାୟରେ କିଛି ଲୋକଙ୍କ ସହଯୋଗ ପାଇବେ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ବିଛା: କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ସୂଚନା ମିଳିପାରେ। ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ପରାମର୍ଶ ଦିଅନ୍ତୁ। ନୂଆ କାରବାରରେ ନିବେଶ ପାଇଁ ବିଚାର କରିବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୫।

ଧନୁ: ଆର୍ଥିକ ପ୍ରଗତି ଲାଗି ଭଲ ଦିନଟିଏ। ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ଆପଣଙ୍କର କେହି ନୂଆ ବନ୍ଧୁ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୬।

ମକର: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାରର ପୂରା ସ୍ନେହ ଓ ସହଯୋଗ ପାଇବେ। ବନ୍ଧୁଙ୍କ ସହିତ ଲାଗିରହିଥିବା ମତଭେଦ ଦୂର ହେବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୩।

କୁମ୍ଭ: ଆତ୍ମସମୀକ୍ଷାରେ ସମୟ ବିତିବ। ଈଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁ ଠିକ୍‌ ହୋଇଯିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

ମୀନ: ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳିବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଚାକିରିଆଙ୍କ ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ସମ୍ବନ୍ଧିତ ଖବର