ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଖୁସି ଭରା ରହିବ। କ୍ୟାରିୟର ସ˚କ୍ରାନ୍ତରେ କିଛି ଭଲ ହୋଇପାରେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ସ˚ପର୍କୀୟମାନଙ୍କର ଘରକୁ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।

ବୃଷ: ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। କ୍ୟାରିୟର ସ˚କ୍ରାନ୍ତରେ କୌଣସି ବଡ଼ ସଫଳତା ପାଇବେ। ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି, ତାଙ୍କୁ ମନର କଥା କହିବା ପାଇଁ ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଦେବ।

ମିଥୁନ: ଅଫିସରେ ଦିଆଯାଇଥିବା କାମ ସହଜରେ ସ˚ପୂର୍ଣ୍ଣ କରିନେବେ। କୌଣସି ଶୁଭ ଖବର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଦଳରେ ପ୍ରାଧାନ୍ୟ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

କର୍କଟ: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲିଯିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

ସି˚ହ: ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ। ଆପଣଙ୍କୁ କୌଣସି ସ˚ସ୍ଥାରେ ସମ୍ମାନିତ କରାଯାଇପାରେ। ଅଫିସରେ ସହକର୍ମୀଙ୍କ ପୂରା ସହଯୋଗ ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

କନ୍ୟା: ନିଜ ଉପରେ ବିଶ୍ବାସ ରଖନ୍ତୁ। କୌଣସି ଜରୁରୀ କାମ ଜୀବନସାଥୀଙ୍କ ପରାମର୍ଶ ନେଇ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲାମାନେ ଲେଖାପଢ଼ାରେ ମନଯୋଗ ଦିଅନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

ତୁଳା: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ ରହିବ। ବରିଷ୍ଠ ଆପଣଙ୍କୁ ଉପହାର ଦେବେ। ବ୍ୟବସାୟ ବିସ୍ତାର ଲାଗି ଯୋଜନା କରିପାରନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ନେଣଦେଣରେ ବଡ଼ଙ୍କ ଅନୁମତି ଲାଭପ୍ରଦ ରହିବ। ନିଜସ୍ବ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଅଧିକାରୀଙ୍କ ସହିତ ବିଶେଷ ସ˚କ୍ରାନ୍ତରେ ଆଲୋଚନା କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ଧନୁ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ପଇସା ସହିତ ସ˚ଶ୍ଳିଷ୍ଟ କୌଣସି ମାମଲାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖମୟ ହେବ। ଅବିବାହିତଙ୍କୁ ଜୀବନସାଥୀ ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

ମକର: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଆପଣଙ୍କୁ କୌଣସି ନିକଟ ମିତ୍ର ଦେଖା କରିବାକୁ ଆସିପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ବିରଜା।

କୁମ୍ଭ: ଆଜି ଆପଣଙ୍କ ଜୀବନ ମହତ୍ତ୍ବପୂର୍ଣ୍ଣ ମୋଡ଼ ନେବ। ଆପଣଙ୍କ ନିକଟକୁ ନୂଆ ଦାୟିତ୍ବ ଆସିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ। ବରିଷ୍ଠ ଲୋକଙ୍କର ନିଜ ପିଲା ଦିନର ସାଙ୍ଗଙ୍କ ସହ ସାକ୍ଷାତ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ତୀ।

ମୀନ: ଆପଣଙ୍କୁ ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ମିଳିବ। ଲୋକ ଆପଣଙ୍କ କଥାକୁ ପୂରା ଧୢାନ ଦେବେ। ଯୌଥ କାରବାରରୁ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କୁ ପ୍ରିୟ ବନ୍ଧୁ କୌଣସି ଉପହାର ଦେଇ ପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର