ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଆୟ ବୃଦ୍ଧି ଲାଗି ଅଧିକ ସ୍ରୋତ ମିଳିବାର ସମ୍ଭାବନା। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ଭାଗ୍ୟର ପୂରା ସାଥ ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରି ପାଇଁ ପ୍ରୟାସ କରି ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ। ଛାତ୍ରଙ୍କର ଲେଖା ପଢ଼ା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ମିଥୁନ: ଆପଣଙ୍କୁ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ବେପାର ଲାଗି ମନରେ ନୂଆ ବିଚାର ଆସିପାରେ। ବୈବାହିକ ଜୀବନ ପ୍ରୀତିମୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଖାସ୍‌ କାମରେ ଆପଣଙ୍କୁ ସୁଫଳ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରି ପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ଭଲ ଫଳ ନେଇ ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

ସି˚ହ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ମନର ଇଚ୍ଛା ପୂରା ହେବ। କୌଣସି ମିତ୍ର ଅଚାନକ ଆପଣଙ୍କ ଘରକୁ ଆସିବେ। ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

କନ୍ୟା: ଭାଗ୍ୟ ଆପଣଙ୍କ ସାଥିରେ ରହିବ। ଆପଣଙ୍କ କ୍ୟାରିୟରକୁ ଏକ ନୂଆ ଦିଶା ମିଳିବ। ବରିଷ୍ଠଙ୍କ ସହଯୋଗରେ କାମ ସ˚ପୂର୍ଣ୍ଣ ହେବ। କାରବାରରେ ଆପଣଙ୍କୁ ଅଚାନକ ଫାଇଦା ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ତାରିଣୀ।

ତୁଳା: ଆପଣଙ୍କ ମନ ସାମାଜିକ କାର୍ଯ୍ୟ କରିବା ଦିଗକୁ ଲାଗି ରହିପାରେ। ଆର୍ଥିକ ସ୍ଥିତି ବଢ଼ିଆ କରିବା ଲାଗି ପରିଶ୍ରମ ଅଧିକ କରିବେ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ଅଫିସର ବାତାବରଣ ଟିକେ ଅଲଗା ହୋଇପାରେ। କୌଣସି ବଡ଼ ଫଇସଲା ନେବାରେ ନିବୃତ୍ତ ରହନ୍ତୁ। ବ୍ୟବସାୟରୁ ଲାଭ କମ୍‌ ମିଳିପାରେ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଖର୍ଚ୍ଚ ବୃଦ୍ଧିର ସମ୍ଭାବନା। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ଧନୁ: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ମହିଳା ବନ୍ଧୁଙ୍କ ମାଧୢମରେ ଆପଣଙ୍କ କାମ ସ˚ପୂର୍ଣ୍ଣ ହେବ। ବେପାରରେ ଅଚାନକ ଧନଲାଭ ହେବ। ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମକର: କୌଣସି କାମ ଲାଗି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ରାଜନୀତିରେ ଲାଭ ପାଇବାର ସୁଯୋଗ ମିଳିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳ ରହିବେ। ଶୁଭରଙ୍ଗ: କଫି ରଙ୍ଗ। ଆରଧନା: ମାଆ ଦୁର୍ଗା।

କୁମ୍ଭ: ଆପଣଙ୍କୁ ଆର୍ଥିକ ଲାଭର ଭଲ ଅବସର ପ୍ରାପ୍ତ ହେବ। ଜୀବିକା ଅନ୍ବେଷଣରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସମ୍ବନ୍ଧରେ ନୂଆ ଚେତନାର ସ˚ଚାର ହେବ। ରାଜନୀତି କାମରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମୀନ: ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ଆପଣଙ୍କର କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସ˚ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ବାଧା ଉପୁଜିପାରେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର