ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବଡ଼ଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ। ଆଳସ୍ୟ ଯୋଗୁ ଜରୁରୀ କାମ ଅଧୁରା ରହିବ।

ବୃଷ: ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଅର୍ଥ ସହିତ ସ˚ଶ୍ଳିଷ୍ଟ କିଛି କାମ ସ୍ଥଗିତ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ।

ମିଥୁନ: ନିଜକୁ ସଠିକ୍‌ ପ୍ରମାଣିତ କରିବାର ଭଲ ଦିନଟିଏ। ଅଫିସରେ ସହକର୍ମୀଙ୍କ ସହିତ ଘନିଷ୍ଠତା ବଢ଼ିବ। ନୂଆ ସ୍ରୋତରୁ ଧନପ୍ରାପ୍ତି ହେବ।

କର୍କଟ: ନିଜକୁ ଖୁବ୍‌ ଉତ୍ସାହିତ ଅନୁଭବ କରିବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ଜୀବନସାଥୀ ଆପଣଙ୍କୁ ଖୁବ୍ ପ୍ରଶ˚ସା କରିବେ।

ସି˚ହ: ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନାର ଅନୁସନ୍ଧାନ କରିବେ। ବେପାରରେ ଧନଲାଭ ହେବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

କନ୍ୟା: ଆପଣ ଯାହାକୁ କିଛି କହିବେ, ସେ ମନା କରିବେ ନାହିଁ। କାରବାରରେ ଧନଲାଭ ହେବ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ।

ତୁଳା: ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ପାଇଁ ଦିନଟି ଭଲ। ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ।

ବିଛା: ସମାଜରେ ଆପଣଙ୍କର ଗରିମା ବଢ଼ିବ। ଶିକ୍ଷାକ୍ଷେତ୍ରରେ ଉନ୍ନତି ହୋଇପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।

ଧନୁ: ମନରେ ସକାରାତ୍ମକ ଭାବନା ସ˚ଚାର ହେବ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ଲାଭପ୍ରଦ ରହିବ। ଜୀବନସାଥୀଙ୍କ ସହିତ ସାମଞ୍ଜସ୍ୟ ବଜାୟ ରହିବ।

ମକର: କୌଣସି ମାମଲାରେ ଅଧିକ ସଂପୃକ୍ତ ରହିବେ। ଅର୍ଥ ନେଣଦେଣରୁ ନିବୃତ୍ତ ରହନ୍ତୁ। ପ୍ରେମ ବ୍ୟାପାରରେ ଗମ୍ଭୀରତା ଓ ଗୋପନୀୟତା ରଖନ୍ତୁ।

କୁମ୍ଭ: କାରବାର ବୃଦ୍ଧି ଲାଗି ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ସମାଜରେ ପ୍ରସିଦ୍ଧି ବଢ଼ିବ। ସନ୍ଧ୍ୟାରେ ଘରେ ସମାରୋହ ପାଇଁ ଯୋଜନା କରିପାରନ୍ତି।

ମୀନ: ମନରେ ଧାର୍ମିକ ଭାବନା ଉଦୟ ହେବ। ବାପା ମାଆଙ୍କ ସେବା କରନ୍ତୁ, ଭଲ ଫଳ ପାଇବେ। ବେପାରୀ ବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର